Home କେନ୍ଦୁଝର ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ସେଠୀଙ୍କ ପରଲୋକ

ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ସେଠୀଙ୍କ ପରଲୋକ

41

ହାଟଡ଼ିହି, ୧୭ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ ତଥା ସଂଗଠକ କୃଷ୍ଣଚନ୍ଦ୍ର ସେଠୀଙ୍କ ୭୧ବର୍ଷ ବୟସରେ ଗତ ୧୪ତାରିଖ ଦିନ ପରଲୋକ ହୋଇଯାଇଛି । ସେ ସିଙ୍ଗଡୋବ, ଦଧିବାବନପୁର, ପୋଡାସିଙ୍ଗିଡି, ପଞ୍ଚୁଗୋଛିଆ ଓ ଆଡହୁରିଆ ସ୍କୁଲରେ ଶିକ୍ଷକତା କରି ୨୦୦୮ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବିଧବାପତ୍ନୀ ରେଣୁବାଳା ସେଠୀ ପୁଅ ନିହାର ରଞ୍ଜନ ସେଠୀ, ଦିନେଶ କୁମାର ସେଠୀ, ଶ୍ରୀକାନ୍ତ ସେଠୀ, ବୋହୁ ତିଳୋତମା ସେଠୀ, ମାନସୀ ସେଠୀ, ସୁକାନ୍ତି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଗୋବର୍ଦ୍ଧନ ଜେନା, ସୁଧାକର ଜେନା, ଆନନ୍ଦ ଚନ୍ଦ୍ର ଜେନା, ପ୍ରଶାନ୍ତ ସତପଥି, ତାପସ ରଞ୍ଜନ ଦାସ, ପ୍ରତାପ କୁମାର ସେଠୀ, ରମାକାନ୍ତ ସେଠୀ, ସନାତନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିôତଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ନିହାର ରଞ୍ଜନ ସେଠୀ ମୁଖାଗ୍ନୀ ଦେଇଥିବାବେଳେ ଗ୍ରାମର ବହୁ ବ୍ୟକ୍ତ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.