Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀବନ୍ଧ ମରାମତି ଆରମ୍ଭ, କଂକ୍ରିଟ ପ୍ରାଚୀର ନିର୍ମାଣ ପାଇଁ ବିଜେପିର ଦାବି

ବୈତରଣୀ ନଦୀବନ୍ଧ ମରାମତି ଆରମ୍ଭ, କଂକ୍ରିଟ ପ୍ରାଚୀର ନିର୍ମାଣ ପାଇଁ ବିଜେପିର ଦାବି

12

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଆମ୍ବଗଡିଆ ନିକଟରେ ବୈତରଣୀ ନଦୀ ବାମପାଶ୍ୱର୍ ନଦୀବନ୍ଧ ଦବିଯାଇଥିବା ଅଂଶର ମରାମତି କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଛି । ତେବେ ଏହି ସ୍ଥାନରେ ନଦୀବନ୍ଧର ସୁରକ୍ଷା ପାଇଁ କଂକ୍ରିଟ୍ ପାଚେରୀ ନିର୍ମାଣ କରିବା ନେଇ ବିଜେପି ପକ୍ଷରୁ ଦାବି କରାଯାଇଛି । ବରହମପୁର ମୌଜାର ଆମ୍ବଗଡିଆ ନିକଟରେ ବୈତରଣୀ ନଦୀବନ୍ଧ ଗତ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଦବିଯାଇଛି । ସୂଚନାଯୋଗ୍ୟ ଏହି ସ୍ଥାନ ନିକଟରେ ଗତ ୨୦୨୦ ମସିହାରେ ବନ୍ଧ ଦବିଯାଇଥିବାରୁ ମରାମତି କରାଯାଇଥିଲା । ମାତ୍ର ପୁଣି ଚଳିତବର୍ଷ ବର୍ଷା ଯୋଗୁଁ ନିକଟରେ ଥିବା ସ୍ଥାନ ଦବିଯିବା କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଣି ନିକଟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରବିବାର ଦିନ ଠାରୁ ଏହି ସ୍ଥାନରେ ନଦୀବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଟିମ୍‌ରେ ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସାହୁ, ତପନ ବାରିକ, ବସନ୍ତ ବିଶ୍ୱାଳ, ମାନସ ସାହୁ ପ୍ରମୁଖ ଘଟଣାସ୍ଥଳ ଓ ମରାମତି କାର୍ଯ୍ୟ ଅନୁଧ୍ୟାନ କରିବା ପରେ ସ୍ଥାୟୀ ପ୍ରତିକାର ପାଇଁ ଏହି ସ୍ଥାନରେ କଂକ୍ରିଟ୍ ପାଚେରୀ ନିର୍ମାଣର ଦାବି କରାଯାଇଛି । ଏଥିନେଇ ଜଳସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.