Home ଜିଲ୍ଲା ପରିକ୍ରମା ଆଦର୍ଶ ପ୍ରଧାନ ଶିକ୍ଷକ ଭକ୍ତହରି ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଆଦର୍ଶ ପ୍ରଧାନ ଶିକ୍ଷକ ଭକ୍ତହରି ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

22

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ, ସମାଜସେବୀ ଭକ୍ତହରି ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଏହି ଜିଲାର ଧୁଷୁରୀସ୍ଥିତ ଆପେକ୍ସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁରଲୀଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ପ୍ରାକ୍ତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପ୍ରାକ୍ତନ ବିଧାୟକ ବିଜୟ ନାୟକ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ସମାଜସେବୀ ଡାକ୍ତର ସଂଜୟ ଦାସ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଦୟାନିଧି ଦାଶ, ହରମୋହନ କୁହଁର, ସାନ୍ତନୁ ରାଉତ, ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ପ୍ରଦୀପ ମଲ୍ଲିକ, ବିଦ୍ୟୁତ୍‌ଲତା ନାୟକ, ଉର୍ମିଳା ବିଶ୍ୱାଳ, ବିନୋଦ ନାୟକ, ବ୍ଲକ୍ ବିଜେଡି ସଭାପତି ଉମେଶ ମହାନ୍ତି, ଭାରତ ବିଜୟ ଦଳାଇ, ପ୍ରକାଶ ବେହେରା, ସୁଶାନ୍ତ ରାଉତ, ସାମ୍ବାଦିକ ବାସୁଦେବ ତ୍ରିପାଠୀ, କିଶାନ ରାଉତ, ପ୍ରଦୀପ ମହାପାତ୍ର, ଦୀନବନ୍ଧୁ ଦାସ, ଚିନ୍ତାମଣି ଦାସ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ମରଣିକା ‘ସାଧନାତୀତ ଭକ୍ତ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରାକ୍ତନ ଅଧ୍ୟକ୍ଷ ତଥା ମଝିଆ ପୁତ୍ର ଅଶୋକ ନାୟକ ଅଧ୍ୟକ୍ଷା ତଥା ମଝିଆ ବୋହୂ ଶର୍ମିଷ୍ଠା ବେହେରା ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ବଡପୁଅ ଭବାନୀ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.