Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକରେ ମିଳିତ ଜନ ଶୁଣାଣି ଶିବିର, କ୍ୟାନସର ଚିକିତ୍ସା ପାଇଁ ୪ ଜଣଙ୍କୁ ୪୭ହଜାର...

ଭଦ୍ରକ ବ୍ଲକରେ ମିଳିତ ଜନ ଶୁଣାଣି ଶିବିର, କ୍ୟାନସର ଚିକିତ୍ସା ପାଇଁ ୪ ଜଣଙ୍କୁ ୪୭ହଜାର ଟଙ୍କାର ସହାୟତା ପ୍ରଦାନ

13

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୨୯ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତ ଏହି ଶିବିରରେ ଯୋଗ ଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଏହି ମିଳିତ ଜନାଭିଯୋଗ ଶୁଣାଣି ଶିବିରରେ ମାତ୍ର ୨୯ଟି ଅଭିଯୋଗ ଆଗତ ହୋଇଥିଲା । ଏଥି ମଧ୍ୟରେ ଅଧିକାଂଶ ଅଭିଯୋଗ ରାସ୍ତା ମରାମତି, ନୂତନ ରାସ୍ତା ନିର୍ମାଣ, ଆବାସ ଯୋଜନା ସମ୍ବନ୍ଧୀୟ ଥିଲା । ଡ଼୍ରଗସ୍ ସେବନ ଯୋଗୁଁ ସୃଷ୍ଟି ହେଉଥିବା ବିଶୃଙ୍ଖଳା ପାଇଁ ପୋଲିସ ଦ୍ୱାରା ପଦକ୍ଷେପ ନିଆଯିବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା । ବିଶେଷ କରି କ୍ୟାନସର ରୋଗରେ ପୀଡ଼ିତ ୪ ଜଣ ଗରିବ ରୋଗୀଙ୍କୁ ଚିକିତ୍ସା ପାଇଁ ରେଡ଼କ୍ରସ୍ ପାଣ୍ଠିରୁ ସମୁଦାୟ ୪୭ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.