Home ଅପରାଧ ଟ୍ରକ ଧକ୍କାରେ ଛାତ୍ର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ

ଟ୍ରକ ଧକ୍କାରେ ଛାତ୍ର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ

129

ଯାଜପୁର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କୁରୁପଦା ଗ୍ରାମରେ ଟ୍ରକ ଧକ୍କାରେ ଛାତ୍ରର ମୃତ୍ୟୁ ଘଟିଛି । ରାସ୍ତାରେ ଟ୍ରକ ଚଳାଚଳ ବନ୍ଦ ଦାବିରେ ଗ୍ରାମବାସୀମାନେ ଦୁଇ ଘଂଟା ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳେ ପୁଲିସ ଓ ତହସିଲଦାର ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକ ଚଳାଚଳ ବନ୍ଦ କରିବାକୁ ପ୍ରତିଶୃତି ଦେବା ଫଳରେ ରାସ୍ତାରୋକ ହଟିଥିଲା । ପ୍ରକାଶଯେ କରୁପଦା ଗ୍ରାମର ଘଟକେଶ୍ୱର ନୋଡାଲ ୟୁପି ସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ର ତଥା ସେହି ଗ୍ରାମର ୰ ଶଶିକାନ୍ତ ଦାସ ଓ ସୁଲୋଚନା ଦାସଙ୍କ ସାନପୁଅ ରାକେଶ (୧୦) ଏକ ସାଇକେଲେ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ତାଙ୍କ ଘରର ଅନତୀ ଦୂରରେ ଏକ ସିମେଂଟ ବୋଝେଇ ଟ୍ରକ (ଓଆର୦୪ଇ୨୮୯୩) ତାଙ୍କୁ ଧକ୍କା ଦେବା ସହ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳେ ତାର ମୃତ୍ୟୁ ହୋଇଥିଲା । ଏହା ଦେଖି ପଡୋଶୀ ମାନେ ଦୌଡି ଆସିଥିଲେ । ଟୋଲଗେଟ ଫାଙ୍କିବା ପାଇଁ ଦୈନିକ ଶତାଧିକ ଟ୍ରକ ଏହି ରାସ୍ତା ଦେଇ ଯାତାୟତ କରିଥାଏ । ଦୁର୍ଘଟଣାର ଏହା ପ୍ରମୁଖ କାରଣ ହୋଇଥିବା ବେଳେ ଏହି ରାସ୍ତାରେ ଟ୍ରକ ଚଳାଚଳ ବନ୍ଦ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଦୁଇଘଂଟା କାଳ ରାସ୍ତା ଅବରୋଧ କରାଯାଇଥିଲା । ଘଟଣାସ୍ଥଳେ ପାଣିକୋଇଲି ପୁଲିସ, ଏସଡିପିଓ ଚିନ୍ମୟ ନାୟକ, ଭାରପ୍ରାପ୍ତ ତହସିଲଦାର ରଶ୍ମୀତା ସ୍ୱାଇଁ, ଥାନାଧିକାରୀ ଅଜୟ କୁମାର ଜେନା ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତହସିଲଦାର ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଘୋଷଣା କରିବା ସହ ଥାନାଧିକାରୀ ସୁବଦିନେ ଟ୍ରକ ଚଳାଚଳ ବନ୍ଦ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ପରେ ପୁଲିସ ରାକେଶର ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠଶିବା ସହ ଟ୍ରକଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.