Home କେନ୍ଦୁଝର ବୈତରଣୀରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ମିଳିଲା

ବୈତରଣୀରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ମିଳିଲା

176

ହାଟଡ଼ିହି, ୧୮ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗିରିଗାଁ ନିକଟସ୍ଥ ବୈତରଣୀ ନଦୀରୁ ଗତକାଲି ଜଣେ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ପରିଚୟ ମିଳିଛି । ସେ ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମର ଚନ୍ଦୁରୁ ସାହୁଙ୍କ ଝିଅ ମାନସୀ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ସେ ପୁର୍ବରୁ ବିବାହିତ ଥିବାବେଳେ ଗତ କିଛିମାସ ହେବ ସେ ସ୍ୱାମୀଘରୁ ବାପଘରକୁ ପଳାଇ ଆସି ବାପଘରେ ରହୁଥିଲା । ଗତ ୪ଦିନ ତଳେ ଘରୁ ସାଇକେଲ ନେଇ କେଉଁଆଡେ ଯାଇଥିଲା ଯେ ଆଉ ଫେରି ନଥିଲା । ଏନେଇ ଚନ୍ଦୁରୁଙ୍କ ପରିବାର ଲୋକେ ପୁର୍ବରୁ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କିପରି ଓ କେଉଁ ଅବସ୍ଥାରେ ମାନସୀଙ୍କର ମୃତ୍ୟୁ ହେଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପୁଲିସ ଉପଯୁକ୍ତ ତଦନ୍ତ କରି ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.