Home ଜିଲ୍ଲା ପରିକ୍ରମା ଛେନାପଦିଛକର ମୁଖ୍ୟ ରାସ୍ତାରେ ପୋଖରୀ ସଦୃଶ ଖାଲ

ଛେନାପଦିଛକର ମୁଖ୍ୟ ରାସ୍ତାରେ ପୋଖରୀ ସଦୃଶ ଖାଲ

135

ହାଟଡ଼ିହି, ୧୮ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଛେନାପଦି ବଜାରର ମଧ୍ୟସ୍ଥଳିରେ ଛେନାପଦି-ବଉଳା ମୁଖ୍ୟରାସ୍ତାର ଜିରୋ ପଏଣ୍ଟ ନିକଟରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଥିବାରୁ ନିୟମିତ ଦୁର୍ଘଟଣା ମାନ ଘଟୁଛି । ଆନନ୍ଦପୁର-ଭଦ୍ରକ ରାସ୍ତା ନର୍ମାଣ ସମୟରେ ବଉଳା ରାସ୍ତାର ସଂଯୋଗୀ ରାସ୍ତାକୁ ନିର୍ମାଣ କରାଯାଇ ନଥିବାରୁ ଏଠାରେ ନିୟମିତ ପୋଖରୀ ସଦୃୃଶ ଖାଲ ସୃଷ୍ଟି ହେଉଛି । ଛେନାପଦି ବଜାର କମିଟିର କର୍ମକର୍ତ୍ତାମାନେ ଏନେଇ ପୁର୍ତ୍ତ ବିଭାଗର ଓ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଏହି ସଂଯୋଗୀ କରଣ ରାସ୍ତା ନିର୍ମାଣ କରିବାକୁ ଠିକାସଂସ୍ଥା ପ୍ରତିଶୃତି ଦେଇଥିଲା । ଏପରରିକି ଗୋଟିଏପଟ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲା । ମାତ୍ର ଦୁଇଦିନ କଂକ୍ରିଟ କାମ ପରେ ହଠାତ କେଉଁଆଡେ ପଳାଇଲା ଯେ ଆଉ କାମ ହୋଇପାରିଲା ନାହିଁ । ଦୁଇବର୍ଷ ହେଲା ରାସ୍ତାଟି ଏପରି ଅଧାପନ୍ତରିଆ ଭାବେ ପଡିରହିଥିବାବେଳେ ଅଭିଯୋଗ ହେଲେ ବିଭାଗୀୟ କର୍ତ୍ତୁପକ୍ଷ କେତେବେଳେ କିପରି କିଛି ଗୋଡି ପଥର ପକାଇ ଖାଲଟିକୁ ପୋତି ଦେଉଛନ୍ତି । କିନ୍ତୁ ଦିନ କେଇଟାପରେ ପୁଣି ରାସ୍ତାଟି ପୁର୍ବାବସ୍ଥାକୁ ଫେରି ଆସୁଛି । ଏପରିକି ବର୍ତ୍ତମାନ ସମୟରେ ରାସ୍ତା ଉପରେ ବର୍ଷାପାଣି ଜମି ରହିଥିବାରୁ ଗାଡି ଚାଳକମାନେ ଜାଣି ନପାରି ଏହି ଖାଲରେ ପଡି ନାନା ଆସୁବିଧା ଭୋଗ କରୁଛନ୍ତି । ଏଣୁ ପୁର୍ତ୍ତ ବିଭାଗ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ବଜାର ମଧ୍ୟସ୍ଥ ଏହି ପୋଖରୀ ସଦୃଶ ଖାଲକୁ ତୁରନ୍ତ ପୋତିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.