Home କେନ୍ଦୁଝର କରୋନାରେ ମାଙ୍କ ମୃତ୍ୟୁପରେ ପରିବାର ବେସାହାରା

କରୋନାରେ ମାଙ୍କ ମୃତ୍ୟୁପରେ ପରିବାର ବେସାହାରା

62

ହାଟଡିହି, ୧୮ । ୬ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତ କୁଶଟିକିରି ଗ୍ରାମର ଫେକର କଲୋନୀ ସାହିରେ ଜଣେ ମହିଳା କରୋନାରେ ମୃତ୍ୟୁବରଣ କରିବାପରେ ପରିବାରଟି ବେସାହାରା ହୋଇପଡିଛି । ଗତ କିଛିଦିନଧରି କେନ୍ଦୁଝର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ୪୯ବର୍ଷୀୟ ମହିଳା ଜଣକ ଗତ ଦୁଇଦିନ ତଳେ ମୃତ୍ୟୁବରଣ କରିଛନ୍ତି । ମହିଳାଙ୍କ ସ୍ୱାମୀ ଜଣେ ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ହୋଇଥିବାବେଳେ ତାଙ୍କର ତିନିଜଣ ଝିଅ ଅଛନ୍ତି । ଏହି ମହିଳା ଜଣକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କ ଉପରେ ହିଁ ପରିବାରଟି ସମ୍ପୁର୍ଣ୍ଣ ନିର୍ଭର କରୁଥିଲା । ତାଙ୍କ ମୃତ୍ୟୁପରେ ପରିବାରଟି ବେସାହାରା ହୋଇପଡିଥିବାରୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.