Home କେନ୍ଦୁଝର ବେ ଆଇନି ବାଲି ଉଠାଣ, ୨୦ଟି ଗାଡି ଜବଦ, ୨୫ଗିରଫ

ବେ ଆଇନି ବାଲି ଉଠାଣ, ୨୦ଟି ଗାଡି ଜବଦ, ୨୫ଗିରଫ

324

ହାଟଡ଼ିହି-୧୪/୫, ହାଟଡିହି ତହସିଲ ଅଧିନସ୍ଥ ସମଣା ବୈତରଣୀ ନଦୀରୁ ବେ ଆଇନି ଭାବେ ବାଲି ଉତ୍ତୋଳନ ଚାଲୁଥିବାବେଳେ ହାଡିହି ତହସିଲଦାର ୨୦ଟି ଗାଡିକୁ ଜବଦ କରିବା ସହିତ ଦୁଇଟି ମେସିନିକୁ ଜବଦ କରିଛନ୍ତି । ଖବରରୁ ଜଣାଯାଇଛି ଯେ ସମଣା ବାଲିଘାଟ ନିଲାମ ହୋଇ ନଥିବାବେଳେ ଗତ ତିନିଦିନ ତଳେ ଦୁଇଟି ମେସିନି ଦ୍ୱାରା ସମଣା ବାଲିଘାଟରୁ ବାଲି ଉଠାଣ ହୋଇଥିଲା । ଏହି ଘାଟକୁ ସରକାରୀ ଭାବେ ଲିଜ ଦିଆଯାଇ ନଥିଲେ ମଧ୍ୟ ଟ୍ରିପ ଟ୍ରିପ ବାଲି ଚାଲାଣ ହୋଇଥିଲା । ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟିବା ଆଶଙ୍କା ଦେଖାଦେଇଥିଲା । ଏହାଦେଖି ସହକାରୀ ରାଜସ୍ୱ ନିରୀକ୍ଷକ ସଞ୍ଜୟ ପେରେଇ ତୁରନ୍ତ ହାଟଡିହି ତହସିଲଦାରଙ୍କୁ ସୁଚନା ଦେଇଥିଲେ । ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ତୁରନ୍ତ ପୁଲିସ ଫୋର୍ସନେଇ ସମଣା ବାଲିଘାଟରେ ଚଢ଼ାଉ କରିବାପରେ ୨୦ଟି ହାଇୱା, ଟ୍ରକ ଓ ଦୁଇଟି ଜେସିବି ମେସିନି ଜବଦକରିଥିଲେ । ଡ୍ରାଇଭରମାନେ ଗାଡିଛାଡି ପଳାଇବାରୁ ପୁଲିସ ଗାଡି ଗୁଡିକୁ ସେଠାରେ ଦୁଇଦିନ ଜଗି ରହିବାପରେ ଗତକାଲି ତାହାକୁ ନନ୍ଦିପଦା ଥାନାକୁ ଆଣିଥିଲା । ଏନେଇ ନନ୍ଦିପଦା ଥାନା କେସନଂ ୪୯/୨୦୨୦ରେ ଗୋଟିଏ ମାମଲା ରୁଜୁ କରିବା ସହିତ ମାଲିକ ମାନଙ୍କ ନାମରେ ମାମଲା ରୁଜୁ କରି ଗତକାଲି ୫ଜଣ ଗାଡି ମାଲିକଙ୍କୁ ଗିରଫ କରିଥିବାବେଳେ ଆଜି ଆଉ ୪ଜଣ ମାଲିକ ଓ ୧୬ଜଣ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି । ଚଢ଼ାଉ ସମୟରେ ୨ଟି ମେସିନି, ୪୩ଟି ହାଇୱା, ୩ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଥିବା କୁହାଯାଉଥିବାବେଳେ ଅନ୍ୟ ଗୁଡିକ କିପରି ଖସିଗଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.