Home ଜିଲ୍ଲା ପରିକ୍ରମା ବେସାହାରା ୩ ଶିଶୁଙ୍କ ଦାୟିତ୍ୱ ଗ୍ରହଣ କଲା ପ୍ରଶାସନ

ବେସାହାରା ୩ ଶିଶୁଙ୍କ ଦାୟିତ୍ୱ ଗ୍ରହଣ କଲା ପ୍ରଶାସନ

57

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ବଡଜେନା ସାହିର ସୁକାନ୍ତି ଜେନାଙ୍କ ହେପାଜତରେ ରହୁଥିôବା ୩ ଅସହାୟ ନାତି ନାତୁଣୀଙ୍କ ଦାୟିତ୍ୱ ଗ୍ରହଣ କରିଛି ପ୍ରଶାସନ । ୩ ବର୍ଷ ପୂର୍ବେ ମାତା ସଶ୍ମୀତାଙ୍କ ମୃତ୍ୟୁ ଓ ଅଭିଯୁକ୍ତ ପିତା କାର୍ତ୍ତିକ ଜେଲ ଯିବା ଦ୍ୱାରା ବେସାହାରା ହୋଇଥିବା ଏହି ଦମ୍ପତ୍ତିଙ୍କ ୩ ନିଷ୍ପାପ ଶିଶୁ ଙ୍କ ଖାଦ୍ୟ, ଶିକ୍ଷା, ଚିକିସତ୍ସା ଆଦି ଖର୍ଚ୍ଚ ଓ ଦାଇତ୍ୱ ପ୍ରଶାସନ ଗ୍ରହଣ କରିଛି । ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଓ ଅଙ୍ଗନୱାଡି କର୍ମୀ ରାଜଲକ୍ଷ୍ମୀ ଯେନା ବୁଧବାର ସଂପୃକ୍ତ ପରିବାରକୁ ସାକ୍ଷାତ କରିଥିଲେ । ଜେଜେମା ସୁକାନ୍ତି ଯେନାର ରାସନ କାର୍ଡରେ ଶିଶୁମାନଙ୍କ ନାମ ଦରଜ କରାଯିବାକୁ ବ୍ଲକ ପ୍ରଶାସନକୁ ସୁପାରିଶ କରାଯାଇଛି । ପରିବାର ମଙ୍ଗଳ ଯୋଜନା ସହାୟତା, ପରିବାର ପୃଷ୍ଠପୋଷକ ଯୋଜନା ସହାୟତା, ଶିକ୍ଷାଗ୍ରହଣ ସହାୟତା ଓ ଅପପୃଷ୍ଟିର ଶିକାର ହୋଇଥିବା ସାନଝିଅ ସୁଚୀସ୍ମୀତାର ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରଶାସନ ହାତକୁ ନେଇଛି ।

ସଂପୃକ୍ତ ପରିବାରକୁ ଥଇଥାନ କରିବାକୁ ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସରପଞ୍ଚ ବାସନ୍ତିଲତା ଦାସ ସୂଚନା ଦେଇଛନ୍ତି । ସଂପୃକ୍ତ ପରିବାରର ଜରିପାଲ ଘେରା ଘରକୁ ପକ୍କା ଘର କରିବାକୁ ବ୍ଲକ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ଜେଜେମାଙ୍କ ରାସନ କାର୍ଡରେ ୩ ଶିଶୁଙ୍କ ନାମ ଦରଜ ହେବ ବୋଲ ପ୍ରଶାସନ ସୂଚନା ଦେଇଛି । ୧୨ ବର୍ଷର ବଡ ନାତୁଣୀ ଗାଁ ସ୍କୁଲରେ ୫ମ. ଶ୍ରେଣୀରେ ନାମ ମାତ୍ର ପାଠ ପଢୁଛି । ୭ ବର୍ଷର ସାନ ନାତୁଣୀ ସୁଚିସ୍ମୀତା ଅପପୃଷ୍ଟିର ଶିକାର ହୋଇଛି । ୪ବର୍ଷର ନାତି ଓମ୍‌ର ନାମ ଅଙ୍ଗନୱାଡି କେନ୍ଦ୍ରରେ ଗଡୁଛି । ପ୍ରଶାସନ ପକ୍ଷରୁ ଏହି ପରିବାରକୁ ଥଇଥାନ କରିବଚୁ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.