Home ଜିଲ୍ଲା ପରିକ୍ରମା ବେପାର ମାନ୍ଦା, ପର୍ବପର୍ବାଣିକୁ ନେଇ ଫ୍ଲେକ୍ସ ବ୍ୟବସାୟୀ ଚିନ୍ତାରେ

ବେପାର ମାନ୍ଦା, ପର୍ବପର୍ବାଣିକୁ ନେଇ ଫ୍ଲେକ୍ସ ବ୍ୟବସାୟୀ ଚିନ୍ତାରେ

125

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ପାଇଁ ପାଇଁ ସାରା ବିଶ୍ୱ ସଂଙ୍କଟ ପରିସ୍ଥିତିରେ ଗତି କରୁଛି । ସାମାଜିକ ଜୀବନ ଠାରୁ ଆରମ୍ଭ କରି ଅର୍ଥନିତି ପର୍ଯ୍ୟନ୍ତ ସବୁ କ୍ଷେତ୍ର କରୋନା ଦ୍ୱାରା ପ୍ରଭାବିତ ହୋଇଛି । କରୋନା ପାଇଁ ହେଉଥିବା କଟକଣା ଫଳରେ ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି । ଏଥିରୁ ବାଦ୍ ପଡ଼ିନାହିଁ ଫ୍ଲେକ୍ସ ବ୍ୟବସାୟୀ ମାନେ । ଏପରି ପରିସ୍ଥିତିରେ ଲାଇସେନ୍ସ ଫି ଓ ଡିସ୍‌ଲ୍ପେ ଟ୍ୟାକ୍ସ ଦେବା ସେମାନଙ୍କ ପକ୍ଷେ କଷ୍ଟସାଦ୍ୟ ହୋଇପଡ଼ିଛି । ଭଦ୍ରକରେ ଅନେକ ହୋଡ଼ିଂ ବ୍ୟବସାୟ ସଂସ୍ଥା ରହିଛି । ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ୱ ଡିଜିଟାଲ ପ୍ରୀଣ୍ଟ ବିଜ୍ଞାପନ ଶିଳ୍ପ ରହିଛି । ଏହି ସଂସ୍ଥା ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନରୁ ହୋଡ଼ିଂ ବିଜ୍ଞାପନ ବୋର୍ଡ ଲଗାଇ ସେଥିରୁ ରୋଜଗାର କରିବା ସହ ସେମାନଙ୍କ କର୍ମଚାରି ମାନଙ୍କ ପରିବାର ମଧ୍ୟ ପ୍ରତିପୋଷଣ କରିଥାନ୍ତି । ଭଦ୍ରକରେ ଥିବା ହୋଡ଼ିଂ ବ୍ୟବସାୟ ଶିଳ୍ପକେନ୍ଦ୍ରରେ ୪ରୁ ଅଧିକ କର୍ମଚାରୀ ନିୟୋଜିତ କରିଥାନ୍ତି । ଏହାଛଡ଼ା ଏହି ସଂସ୍ଥା ପ୍ରତିବର୍ଷ ସରକାରୀ ସ୍ଥାନରେ ଲାଗୁଥ୍‌ିବା ହୋଡ଼ିଂ ପାଇଁ ଲାଇସେନ୍ସ ଫି ଓ ଘରୋଇ ସ୍ଥାନରେ ଲାଗୁଥିବା ହୋଡ଼ିଂ ପାଇଁ ଡିସପ୍ଲେ ଟ୍ୟାକ୍ସ ସରକାରଙ୍କୁ ପ୍ରଦାନ କରିଥାନ୍ତି । ତା ବଦଳରେ ବର୍ଷ ବର୍ଷ ଧରି ବିଜ୍ଞାପନ ସେଠାରେ ଲଗାଇଥାନ୍ତି । କରୋନା ପାଇଁ ମାର୍ଚ୍ଚ ମାସରୁ ହୋଇଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ ପାଇଁ ଗାଡ଼ି ମଟର ସମେତ ସ୍କୁଲ, କଲେଜ କାର୍ଯ୍ୟକ୍ରମ ପରି ବନ୍ଦ ରହିଥିଲା ବେଳେ ଲୋକେ ସେତେ ବେଳେ ଘରୁ ବାହାରିପରିନଥିଲେ । ଏପରିସ୍ଥିତିରେ ରାସ୍ତାରେ ଲାଗୁଥିବା ଆଉଟ୍‌ଡୋର ବିଜ୍ଞାପନକୁ କିଏ ଦେଖିବ ।

ତେଣୁ ସଂସ୍ଥା ଗୁଡ଼ିକରେ କାମ ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା । ପରେ ଏବେ ଲକ୍‌ଡାଇନ ଓ ସଟ୍‌ଡାଉନ୍ ଉଠିଯାଇଥିଲେ ମଧ୍ୟ ଲୋକଙ୍କ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ଏହାଛଡ଼ା ଏହି ବ୍ୟବସାୟୀ ମାନେ ଭଦ୍ରକରେ ପୁଜାପର୍ବକୁ ଆଖିଆଗରେ ରଖି ଦିପଇସା ଇନ୍‌କମ୍ କରିବା ପାଇଁ ଲକ୍ଷ ରଖିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ପୁଜାପର୍ବ ସଠିକ୍ ଭାବେ ହେଉନଥିଲା ବେଳେ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ତେଣୁ ଏହି ଫ୍ଲେକ୍ସ ବ୍ୟବସାୟୀ ମାନେ ହାତଯୋଡ଼ି ବସିଥିବା କହିଛନ୍ତି । ବିଶେଷକରି ଭଦ୍ରକରେ ମା’ଦୁର୍ଗା ପୂଜା ଏବଂ ଓଡ଼ିଶା ପ୍ରସିଦ୍ଧ କାଳି ପାଇଁ ଫ୍ଲେକ୍ସ ବ୍ୟବସାୟୀଙ୍କ ଡିମାଣ୍ଡ କାହିଁରେ କ’ଣ ନଥାଏ । ହେଲେ ଚଳିତ ବର୍ଷ ସାଧାରଣ ଦର୍ଶନ ନଥିବାରୁ ଏମାନଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି । ପୂଜା ସମୟରେ ବିଭିନ୍ନ ରାଜନୈତିକ ନେତା ଏବଂ କର୍ମୀ ମାନେ ଶୁଭେଚ୍ଛା ଜଣାଇବା ସହ ବ୍ୟବସାୟୀ ମାନେ ବିଭିନ୍ନ ଆକର୍ଶଣୀୟ ଅଫର ରଖି ଏହି ଫ୍ଲେକ୍ସ ମାଧ୍ୟରେ ଲୋକଙ୍କ ନିକଯତର ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା ଉପରେ ପୁର୍ଣ୍ଣଛେଦ ପଡ଼ିଯାଇଛି ମହାମାରୀ କରୋନା ପାଇଁ । ତେବେ ଏବିଷୟରେ ୧୬ନଂ ଜାତୀୟ ରାଜପଥ ନିକଟ ସାମରାଇପୁରରେ ଥିବା ନାରାୟଣୀ ଗ୍ରାଫିକ୍ସର ପ୍ରୋପାଇଟର ଗୌରାଙ୍ଗ ଜେନାଙ୍କ କହିବା ଅନୁଯାଇ ପ୍ରତ୍ୟେକ ବର୍ଷ ଠାରୁ ଏବର୍ଷ ବ୍ୟବସାୟୀରେ ପାଖାପାଖି ୮୦ଭାଗ କମିଯାଇଛି । ଯେଉଁଥି ପାଇଁ ଘର ଭଡ଼ା ମଧ୍ୟ ଦେବା ଅସମ୍ଭବ ହୋଇପଡ଼ୁଛି । ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ଏବଂ କାଳିପୂଜା ସମୟରେ ଲକ୍ଷାଧିକ ଟଙ୍କାର ଫ୍ଲେକ୍ସ କାରବାର ହୋଇଥିଲା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ କୌଣସି କାମ ଆସିନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.