Home ଜିଲ୍ଲା ପରିକ୍ରମା ବେନାମୀ କମ୍ପ୍ୟୁଟର ପ୍ରମାଣପତ୍ର ରଦ୍ଦ ପାଇଁ ଦାବି

ବେନାମୀ କମ୍ପ୍ୟୁଟର ପ୍ରମାଣପତ୍ର ରଦ୍ଦ ପାଇଁ ଦାବି

32

ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ବେନାମୀ କମ୍ପ୍ୟୁଟର ସାର୍ଟିିଫିକେଟ ଦେଇ ଛାତ୍ରଛାତ୍ରୀଙ୍କୁ ଠକୁଥିବା କମ୍ପ୍ୟୁଟର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ କେତେକ ଛାତ୍ରଛାତ୍ରୀ ବେନାମୀ କମ୍ପ୍ୟୁଟର ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗକୁ ନେଇ ଗଞ୍ଜାମ ଓ ଢେଙ୍କାନାଳ ଜିଲ୍ଲାରେ ଉକ୍ତ ବେନାମୀ କମ୍ପ୍ୟୁଟର ସାଟିିଫିକେଟକୁ ଅସିଦ୍ଧ ଘୋଷଣା କରାଯାଇ ଠକା କମ୍ପ୍ୟୁଟର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଏବେ ନୟାଗଡ଼ରେ ମଧ୍ୟ ସେହିପରି କେତେକ କମ୍ପ୍ୟୁଟର ସଂସ୍ଥା ଛାତ୍ରଛାତ୍ରୀମାନଙ୍କୁ ବେନାମୀ କମ୍ପ୍ୟୁଟର ସାର୍ଟିଫିକେଟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏପରି ବେନାମୀ କମ୍ପ୍ୟୁଟର ସାର୍ଟିଫିକେଟ ଦେଇ ଠକୁଥିବା ଠକ କମ୍ପ୍ୟୁଟର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନୟାଗଡ଼ର କେତେକ ସ୍ୱୀକୃତିପ୍ରାପ୍ତ କମ୍ପ୍ୟୁଟ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.