Home ଜିଲ୍ଲା ପରିକ୍ରମା ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀଙ୍କ ହୃଦ୍‌ଘାତରେ ଦେହାନ୍ତ

ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀଙ୍କ ହୃଦ୍‌ଘାତରେ ଦେହାନ୍ତ

58

ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପ୍ରସୂତୀ ଓ ସ୍ତ୍ରୀ ବିଭାଗର ବିଶେଷଜ୍ଞ ତଥା ଶରଣକୁଳ ଡାକ୍ତରଖାନାର ମେଡିକାଲ ଅଫିସର ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀ(୫୮)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ଗୁରୁବାର ଭୋର ୫ଟାରେ ତାଙ୍କର ହଠାତ୍ ଶ୍ୱାସକ୍ରିୟାରେ ବିଭ୍ରାଟ ଘଟିବା ସହ ହୃଦକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ତାଙ୍କୁ ତାଙ୍କ ପରିବାର ଲୋକେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ନିମିଷକେ ମଧ୍ୟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକାରଣ୍ୟ ହୋଇଯାଇଥିଲା। ତାଙ୍କ ଅନ୍ତିମ ଦର୍ଶନ ପାଇଁ ନୟାଗଡ଼ ମୁଖ୍ୟ ଡାକ୍ତରଖାନା, ଚିଦାନନ୍ଦ ହସ୍‌ପିଟାଲ ଓ ଶରଣକୁଳ ଡାକ୍ତରଖାନାକୁ ନିଆଯାଇ ପରେ ନିଜ ଗାଁ ଓଡ଼଼ଗାଁ ନିକଟ ଗୋଠବଣ ରାମଚନ୍ଦ୍ରପୁର ଶାସନ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଦେଖିବା ପାଇଁ ନିଜଗାଁ ସମେତ ପାଖ ଆଖ ଗ୍ରାମର ବହୁଲୋକ ରୁଣ୍ଡ ହୋଇଥିବାବେଳେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପୂରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.