Home ଗଞ୍ଜାମ ବେଗୁନିଆପଡ଼ା ପୋଲିସ ପକ୍ଷରୁ କରୋନା ସଚେତନତା

ବେଗୁନିଆପଡ଼ା ପୋଲିସ ପକ୍ଷରୁ କରୋନା ସଚେତନତା

59

କୋଦଳା ୨୬-୬ (ଓଡ଼ିଆ ପୁଅ/ ସୁଶାନ୍ତ ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ କରୋନା ଯୋଦ୍ଧା ଭାବେ ପୋଲିସ ପ୍ରଶାସନ ମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହୁଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଶୁକ୍ରବାର ଜିଲ୍ଲାର ବେଗୁନିଆପଡ଼ା ପୋଲିସ ଫାଣ୍ଡି ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଇଥିଲା।କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଯୋଗଦେଇଥିବା ବେଳେ ଏଥିରେ ଫାଣ୍ଡିର ସମସ୍ତ ପୋଲିସ୍ ଯୋଗ ଦେଇ ବେଗୁନିଆପଡ଼ା ପରିକ୍ରମା କରି ଫ୍ଲା କାର୍ଡ ମାଧ୍ଯମରେ ସଚେତନତା କରିଥିଲେ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ଆଦି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପୋଲିସ ପକ୍ଷରୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଛି। ଜୁନ୍ ଓ ଜୁଲାଇ ମାସରେ ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କୁ ସଚେତନ ରହିବା ସହ ପ୍ରଶାସନର କଟକଣାକୁ ମାନିବାକୁ ଅପିଲ୍ କରିଛି ବେଗୁନିଆପଡ଼ା ଫାଣ୍ଡି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.