Home କେନ୍ଦ୍ରାପଡ଼ା ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ ଡିସିପିଓ ନଥିବାରୁ ସରକାରୀଯୋଜନା କାର୍ଯ୍ୟକାରୀତାରେ ଅଚଳାବସ୍ଥା

ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ ଡିସିପିଓ ନଥିବାରୁ ସରକାରୀଯୋଜନା କାର୍ଯ୍ୟକାରୀତାରେ ଅଚଳାବସ୍ଥା

70

କେନ୍ଦ୍ରାପଡା ୨୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ ସ୍ଥାୟୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନଥିବାରୁ ସରକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀତାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଦେଖାଯାଇଛି। ଗତ ୨୦୧୯ମସିହା ଜାନୁଆରୀମାସ ୧ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କୁ କେତେକ ଅଭିଯୋଗ ଭିତିରେ ଡେପୁଟେସନରେ ଭଦ୍ରକ ଜିଲ୍ଲାକୁ ପଠାଇଦିଆଗଲା। ସେହିଦିନ ଠାରୁ ସଂପୃକ୍ତ ପଦବୀଟିରେ ଅସ୍ଥାୟୀ ଭାବେ ବିଭିନ୍ନ ଅଧିକାରୀଙ୍କୁ ଅତିରିକ୍ତ ଦାୟୀତ୍ୱରେ ରଖାଗଲା। ସଂପୃକ୍ତ ଅଧିକାରୀମାନେ ନିଜ ଦାୟୀତ୍ୱ ସହିତ ଏହି ଅତିରିକ୍ତ ଦାୟୀତ୍ୱକୁ ସଠିକ ଭାବରେ ଏବଂ ନିର୍ଦ୍ଦିଷ୍ଠ ସମୟ ମଧ୍ୟରେ ସମ୍ପନ୍ନ କରିବା ସମ୍ଭବ ହେଉନାହିଁ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ସ୍ଥାୟୀ ଅଧିକାରୀ ନଥିବାରୁ ବେଟି ପଢାଓ, ବେଟୀ ବଚାଓ, ଅସହାୟ ପିଲାଙ୍କ ଥଇଥାନ ଓ ସର୍ଭେ, ବିଜୁ ଶିଶୁ ସୁରକ୍ଷା ଯୋଜନା ପ୍ରଭୃତି କାର୍ଯ୍ୟକାରୀତାରେ ବହୁବାଧା ଉପୁଜିଛି। ଏସମ୍ପର୍କରେ ଜିଲ୍ଲାପାଳ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗର ନିର୍ଦେଶକଙ୍କୁ ଚଠିଲେଖି ଜିଲ୍ଲାରେ ନୂତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ନତୁବା ଡେପୁଟେସନରେ ଥିବା ଅଧିକାରୀଙ୍କୁ ଫେରାଇଦେବାକୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ବିଭାଗ ପକ୍ଷରୁ ଏସମ୍ପର୍କରେ କୈାଣସି ପଦକ୍ଷେପ ନିଆଯାଇନଥିବାରୁ ଏଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାରଙ୍କ କେନ୍ଦ୍ରାପଡା ଜିଲ୍ଲାପ୍ରତି ଏଭଳି ଅବିଚାର କାହିଁକି ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.