Home ଜିଲ୍ଲା ପରିକ୍ରମା ବେକେରୀ ଓ ଜୁସ ଦୋକାନର କର୍ମଚାରୀ ଫାସି ଲଗାଇ ଆତ୍ମହତ୍ୟା

ବେକେରୀ ଓ ଜୁସ ଦୋକାନର କର୍ମଚାରୀ ଫାସି ଲଗାଇ ଆତ୍ମହତ୍ୟା

204

ମାଲକାନଗିରି,୨୮ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମା ସୁବାଷବୋଷ ଛକ ଠାରେ ଥିବା ଶସି ବେକେରୀ ଓ ଜୁସ ଦୋକାନର ଜଣେ କର୍ମଚାରୀ ନିଜବେକରେ ଗାମୁଛା ବାନ୍ଧି ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ସହରର ଶସି ବେକାରୀ ଓ ଜୁସ ଦୋକାନ ମାଲିକ ଏସ .ସିନା ଙ୍କ ନିକଟରେ କେରଳ ରାଜ୍ୟର ଅଭିଶେକ ବାବୁ(୨୫)ନାମକ ଯୁବକ ଗତ ୫ବର୍ଷହେଲା କର୍ମାଚାରି ଭାବେ ରହି ଫଳଜୁସ ବିକ୍ରୀକରୁଥିଲେ । ଗତ କାଲିରାତ୍ରରେ ଦୋକାନ ବନ୍ଦକରି ବାଲିସାଗର ସାହିର ନିଜବସା ଘରକୁ ପଳାଇଥିଲେ । ଆଜି ସକାଳେ ଅଭିଶେକ ବାହରକୁ ନଉଠିବାରୁ ପାଖପଡୋଶି ମାନେ ଝରକା ବାଟେ ଦେଖିଲେ ଯେ ଅଭିଶେକ ନିଜ ଶୋଇବାଘର ଓରାରେ ଗାମୁଛା ବାନ୍ଧି ବେକରେ ଲଗାଇ ଫାସିଦେଇ ଆତ୍ମହତ୍ୟା କରିଛନ୍ତି । ଏ ସଂପର୍କରେ ଦୋକାନ ମାଲିକଙ୍କୁ ଗ୍ରାମବାସୀ ମାନେ ଜଣାଇବାରୁ ଦୋକାନ ମାଲିକ ଥାନାକୁ ଜଣାଇଥିଲେ । ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତ୍‌ୃତ୍ୱରେ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଘରୁ ଅଭିଶେକର ମୃତ ଶରୀର ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଶବବ୍ୟବଛେଦ ପାଇଁ ପଠାଇଦେଇଛନ୍ତି ।ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୨/୨୦୨୦ ରେ ଏକ ଅପମୃତ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛିନ୍ତ । ଅଭିଶେକ କେଉଁ କାରଣରୁ ଆତ୍ମହତ୍ୟା କଲେ କିଛି ଜଣାପଡି ନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.