Home ଜିଲ୍ଲା ପରିକ୍ରମା ଗ୍ରୀଷ୍ମପ୍ରବାହ ଓ ଆଶୁଂଘାତ ରୋକିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଗ୍ରୀଷ୍ମପ୍ରବାହ ଓ ଆଶୁଂଘାତ ରୋକିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

164

ମାଲକାନଗିରି,୨୮ା୨(ଓଡିଆ ପୁଅ ) ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତ ରୋକିବା ପାଇଁ ମାଲାକନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୌଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ୩୫ ଡିଗ୍ରୀ ଟପିଗଲାଣି, ଏହାକୁ ଆଖି ଆଗରେ ରଖି ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତକୁ କିପରି ମୁକାବିଲା କରା ଯିବ ସେନେଇ ଆଗତୁରା ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ସାତଟି ଯାକବ୍ଲକ ୧୧୧ଟି ଗ୍ରାମ ପଚାଂୟତରେ ପାନୀୟ ଜଳ ଯୋଗାଣବ୍ୟସ୍ଥା , ସ୍ୱାସ୍ଥ୍ୟବିଭାଗ ପ କ୍ଷରୁ ଜରୁରୀକାଳିନ ଔଷଧ ବଟଂନ,ଗ୍ରାମ୍ୟଜଳ ଯୋଗାଣ ବିଭାଗ ପ କ୍ଷରୁ ଗ୍ରାମାଚଂଳରେ ପାନୀୟ ଜଳ ଯୋଗାଣ,ହସପିଟାଲ ଗୁଡିକରେ ଅଶୁଂଘାତ ପ୍ରକୋଷ୍ଠ ଖୋଲା ଯିବ,ବିଦ୍ୟାତ କାଟ ରୋକିବା ସହିତ ପାନୀୟଜଳ ଯୋଗାଣ ପାଇଁ ସାତଟି ଯାକ ବ୍ଲକରେ ସାତଟି ନୂତନ ବିଦ୍ୟୁତ ଟ୍ରାନ୍ସଫରମୋର ଗଛିତ ରଖାଯିବାର ବ୍ୟବସ୍ଥା ସହିତ ସାତଟି ଯାକ ବ୍ଲକ,ବାଲିମେଳା ଏନଏସି ,ମାଲକାନଗିରି ପୌରପରିଷଦ ରେ ସ୍ୱତନ୍ତ୍ର ଭାବେ ପାଣିଟ୍ୟାଙ୍କରରେ ପାନୀୟଜଳ ଯୋଗଣ ବ୍ୟବସ୍ଥା କରାଯିବ, ସବୁ ପାଣିଟ୍ୟାଙ୍କର ଗୁଡିକରେ ଜିପିଆରଏସ ସିଷ୍ଟମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ମାନେ ଦିନ୧୧ଟା ପରେ କାର୍ଯ୍ୟବନ୍ଦ ରଖିବେ, ଏହି ଗ୍ରୀଷ୍ମପ୍ରବାହ ତାତିରେ କୌଣସି ବ୍ୟକ୍ତିର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନ ସଜାଗ ରହିବା ପାଇଁ ସମସ୍ଥ ଅଧାକରି ମାନଙ୍କୁ ଜିଲ୍ଲାପାଳ କହିଥଲେ । ଜଙ୍ଗଲରେ ଲାଗୁଥିବା ନିଆଁକୁ ଜିପିଆରଏସ ମାଧ୍ୟମରେ ଠାବକରାଯାଇ ରୋକାଯିବା ପାଇଁ ସମସ୍ତ ବନବିଭାଗ ରେଜଂକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଏଫଓ ପ୍ରଦୀପ ମିରାସେ ସୁଚନାଦେଇଥିଲେ ।ଏହି ବୌଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ସହାକରୀ ଏସପି ଉଦ୍ଦବଚରଣ ନାୟକ,ତହସିଲଦାର ଗୁଣନିଧିନାୟକ,ସହକାରୀ ଯନ୍ତ୍ରୀ ସହରାଚଂଳ ଓ ଗ୍ରାମାଚଂଳ ଜଳ ଯୋଗାଣ ବିଭାଗ,ବିଦ୍ୟୁତ ବିଭାଗ,ଅଗ୍ନିଶମ ଅଦିକାରୀ,ସ୍ୱାସ୍ଥ୍ୟାବିଭାଗ ଅଧିକାରୀ ଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ସାତଟି ଯାକବ୍ଲକର ବିଡିଓ ଓ ତହସିଲଦାର ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.