Home ଜିଲ୍ଲା ପରିକ୍ରମା ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଏସ.ଏନ୍‌. ସୁବାରାଓଙ୍କ ସ୍ମୃତିସଭା

ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଏସ.ଏନ୍‌. ସୁବାରାଓଙ୍କ ସ୍ମୃତିସଭା

35

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ପଦ୍ମଶ୍ରୀ ଡ. ଏସ୍‌.ଏନ୍‌. ସୁବାରାଓ ଭଦ୍ରକକୁ ୨ ଥର ଆସିଥିଲେ । ୧୯୫୪ ମସିହାରେ ଏକ ଶିବିର ଆୟୋଜନ କରିଥିଲା ବେଳେ, ୨୦୧୭ ମସିହାରେ ସାମ୍ପ୍ରଦାୟିକ ଆଶାନ୍ତି ସମୟରେ ଭଦ୍ରକରେ ଉପନୀତ ହୋଇ ମହେନ୍ଦ୍ର ଭବନ ପରିସର ଓ ମଲ୍ଲିକ ମୈଦାନରେ ସାଧାରଣ ସଭା କରିବା ସଂଗେ ସଂଗେ ଉଭୟ ସଂପ୍ରଦାୟର ବିଭିନ୍ନ ଲୋକଙ୍କ ସହ ସମ୍ପର୍କ କରି ସାଂପ୍ରଦାୟିକ ଉତ୍ତେଜନାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ବୋଲି ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟଜିତ ଏସ୍‌.ଏନ୍‌. ସୁବାରାଓଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସ୍ମୃିଚାରଣ ସଭାରେ ମତ ପ୍ରକାଶ ପାଇଛି । ପ୍ରତିଷ୍ଠାନର ସଭାପତି ଅଖିଳ କୁମାର ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ତୁଷାରକାନ୍ତି ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବକ୍ତା ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଗାନ୍ଧି ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଗାନ୍ଧି ବିଚାର ମଞ୍ଚର ସମ୍ପାଦକ ଶାନ୍ତନୁ ରାଉତ, ଅଧିବକ୍ତା ପବନ ଶର୍ମା, ସମାଜସେବୀ ସୀତାକାନ୍ତ ଦାସ, ବୈଲୋଚନ ବେହୁରିଆ, ସୁଧାକର ରାଉତ, ପ୍ରକାଶଜ୍ୟୋତି ମହାକୁଡ଼, ଲକ୍ଷ୍ମୀକାନ୍ତ ବାରିକ, ଏସ୍‌.ଏମ. ଫାରୁକ୍‌, ହରିପ୍ରସାଦ ନନ୍ଦୀ, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ସୁବା ରାଓଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଧର ବାରିକ, ଅର୍ଚ୍ଚିସ୍ମାନ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.