Home କେନ୍ଦୁଝର ବେଆଇନ ମୋରମ ଉତ୍ତୋଳନ, ମେସିନି ଓ ଡମ୍ପର ଜବଦ

ବେଆଇନ ମୋରମ ଉତ୍ତୋଳନ, ମେସିନି ଓ ଡମ୍ପର ଜବଦ

59

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ଝୁଣାବାଡିରେ ବେଆଇନ ଭାବେ ମୋରମ ଖୋଳାବେଳେ ପୁଲିସ ଗୋଟିଏ ଜେସିବି ମେସିନି ଓ ଗୋଟିଏ ଡମ୍ପରକୁ ଜବଦ କରିଛି । ଖବରରୁ ଜଣାଯଇଛି ଯେ ଏହିସବୁ ଅଞ୍ଚଳରେ ବେଆଇନି ଭାବେ ଅନେକ ମୋରମ ଖଣି ଚାଲୁଛି । ସରକାରୀ ଭାବେ ଯେଉଁ ସବୁ ଉତ୍ସକୁ ମୋରମ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିଲା ତାହା ବନ୍ଦ ଥିବାବେଳେ ଅନ୍ୟ କେତେକ ମାଫିଆ ଦୈନଦିନ ଶହଶହ ଟ୍ରିପ ମୋରମ ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ପ୍ରଶାସନ ପାଖରେ ଏନେଇ ଖବର ଥିଲେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହେଉନି ।ଗତକାଲି ରାତିରେ ଝୁଣାବାଡି ନିକଟରେ ମୋରମ ଉତ୍ତୋଳନ ହେଉଥିବାବେଳେ ଜମି ମାଲିକ ଏ ସମ୍ପର୍କରେ ସୋସୋ ପୁଲିସକୁ ସୁଚନା ଦେଇଥିଲେ । ଜମି ମାଲିକ ଘଟଣାସ୍ଥଳରେ ପହଞ୍ଚିବାପରେ ଉତ୍ତୋଳନକାରୀ ଓ ତାଙ୍କ ଭିତରେ ଝଗଡା ଲାଗିଥିଲା । ପୁଲିସ ପହଞ୍ଚି ଜେସିବି ମେସିନି ସହିତ ଗୋଟିଏ ଡମ୍ପରକୁ ଜବଦ କରି ଥାନାକୁ ନେଇଆସଛି । ଯେଉଁ ସ୍ଥାନରେ ଏହି ମୋରମ ଉତ୍ତୋଳନ ହେଉଥିଲା ସେଥିରେ ସରକାରୀ ଜମି ମଧ୍ୟ ଅଛି । ଦୀର୍ଘଦିନରୁ ଏହି ଖଣି ଚାଲୁଥିବାରୁ ସେଠାରେ ବିରାଟ ପୋଖରୀ ସଦୃଷ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀ ମାନେ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି । ରାଜସ୍ୱ ବିଭାଗ ଜାଣିଶୁଣି ହାଟଡିହି ଅଞ୍ଚଳରେ ମାଫିଆ ମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.