Home କେନ୍ଦୁଝର ପ୍ରଥମେ ବାପା ମା ଯାଇଥିଲେ ଏବେ ଗଲା ପୁଅ

ପ୍ରଥମେ ବାପା ମା ଯାଇଥିଲେ ଏବେ ଗଲା ପୁଅ

189

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସ୍ୱାମୀ ସ୍ତ୍ରୀ ତ ଆଉ କେଉଁଠି ସମ୍ପୁର୍ଣ୍ଣ ପରିବାରକୁ ଉଜାଡି ଦେଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ । ଗ୍ରାମର ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ଓ ତାଙ୍କ ପତ୍ନୀ ତିଳୋତ୍ତମା ବେହେରାଙ୍କର ଗତ ମେ ୧୩ତାରିଖରେ ମୃତ୍ୟୁ ହୋଇଥିବାବେଳେ ଆଜି ତାଙ୍କର ମଝିଆଁ ପୁଅ ବିଭୁଦତ୍ତ ବେହେରା (ମିଲୁ)ର କରୋନାରେ ମୃତ୍ୟୁ ଘଟିଛି । ସେ ପୁର୍ବରୁ କରୋନାରେ ସଂକ୍ରମିତ ଥାଇ ଭଲ ହୋଇଯିବାପରେ ପୁନର୍ବାର ଫୁସଫୁସ ରୋଗରେ ପୀଡିତ ହୋଇ ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.