Home ଜିଲ୍ଲା ପରିକ୍ରମା ବେଆଇନ ମାଙ୍କଡା ପଥର କାଟିବା ନେଇ ଗ୍ରାମବାସୀଙ୍କ ତହସିଲଦାରଙ୍କୁ ଅଭିଯୋଗ

ବେଆଇନ ମାଙ୍କଡା ପଥର କାଟିବା ନେଇ ଗ୍ରାମବାସୀଙ୍କ ତହସିଲଦାରଙ୍କୁ ଅଭିଯୋଗ

242

ନୟାଗଡ଼ ୨୯/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରେ ବେଆଇନ ଭାବେ ମାଙ୍କଡା ପଥର କାଟିବା ଅଭିଯୋଗ ହୋଇ ଆସୁଅଛି। ଯାହାଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ଠିକାଦାର ମାନେ ଗୋଟିଏ ମାଙ୍କଡା ପଥର ସଇରାତ ନିଲାମ ନେଇ ଅନ୍ୟତ୍ର ବେଆଇନ ଭାବେ କାଟି ଚାଲିଛନ୍ତି। ଏଭଳି ଦେଖିବାକୁ ମିଳିଛି ରଣପୁର ତହସିଲ ଝାଡପଡା ରାଜସ୍ୱ ମଣ୍ଡଳ ରେ। ଜଙ୍କିଆ ମୈାଜାରେ ୭୫୭ ଖାତା ୫୧୩ ପ୍ଲଟ କୁ ଶୋଭନ ନନ୍ଦଙ୍କ ନାମରେ ନିଲାମ ଯାଇଅଛି। କିନ୍ତୁ ଶୋଭନ ନନ୍ଦ ଚୁକ୍ତି କରି ଅନ୍ୟଜଣେ ବ୍ୟକ୍ତି ଙ୍କୁ ପଥର କାଟିବା ପାଇଁ ଅନୁମତି ଦେଇଛନ୍ତି। ଅନୁମତି ପାଇଥିବା ବ୍ୟକ୍ତି ନିଲାମ ହୋଇଥିବା ଯାଗାରେ ପଥର ନକାଟି ବୋରବରଝର, କୃଷ୍ଣଚନ୍ଦ୍ରପୁର ଓ ଓସ୍ତପଡା ମୈାଜାରେ ବେଆଇନ ଭାବେ ପଥର କାଟି ଚାଲିଛନ୍ତି ଯାହାଫଳରେ ସରକାରଙ୍କ ରାଜସ୍ୱ ହାନି ହେବା ସହ ପ୍ରାକୃତିକ ଜଙ୍ଗଲ ନଷ୍ଟ ହେଉଅଛି।

ଖାଲଖମା ଯୋଗୁଁ ଗୃହ ପାଳିତ ପଶୁ ମାନେ ଜୀବନ ହରାଉଛନ୍ତି। ଏ ନେଇ ଜଙ୍କିଆ ଗ୍ରାମର ଶତାଧିକ ବ୍ୟକ୍ତି ଅତିଷ୍ଠ ହୋଇ ସ୍ୱାକ୍ଷର ସମ୍ବଳିତ ବେଆଇନ ଖଣି ବନ୍ଦ ପାଇଁ ରଣପୁର ତହସିଲଦାର ଙ୍କୁ ଦେଇଥିବା ଜଣାପଡିଛି। ଏ ସର୍ମ୍ପକରେ ରଣପୁର ତହସିଲଦାର ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଭିଯୋଗ ପାଇବା ପରେ ଝାଡପଡା ରାଜସ୍ୱ ମଣ୍ଡଳ ଅଧିକାରୀ ଙ୍କୁ ଘଟଣାର ସତ୍ୟାସତ୍ୟ ତଦନ୍ତକରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଅଭିଯୁକ୍ତ ଙ୍କ ନାମରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.