Home ଅପରାଧ ରଣପୁରରେ ଦେଶୀମଦ ଜବତ ଦୁଇ ଅଭିଯୁକ୍ତ ଅଦାଲତ ଚାଲାଣ

ରଣପୁରରେ ଦେଶୀମଦ ଜବତ ଦୁଇ ଅଭିଯୁକ୍ତ ଅଦାଲତ ଚାଲାଣ

20

ନୟାଗଡ଼ ୨୭/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ହାତରନ୍ଧା ଦେଶୀମଦ କାୟା ବିସ୍ତାର କରିଛି। ପାନ ଦୋକାନ, ପରିବା ଦୋକାନ, ଚା ଦୋକାନ ଏପରିକି ରାସ୍ତା କଡରେ ଖୁଲମ୍ ଖୋଲା ମଦ ବିକ୍ରୟ ଚାଲିଛି। ରଣପୁର ଅବକାରୀ ଥାନା ତରଫରୁ ରଣପୁର ଓ ଚାନ୍ଦପୁର ଅଂଚଳ ରେ ଜୁଲାଇ ୨୮ ତାରିଖ ସକାଳୁ ଚଢାଉକୁ ବ୍ୟାପକ କରାଯାଇଥିଲା। ବ୍ରଜରାଜପୁର ପଞ୍ଚାୟତ ହିଞ୍ଜଳଗାଡିଆ ରାସ୍ତା କଡରୁ ମଦ ବିକ୍ରୟ ଅଭିଯୋଗ ରେ ହିଞ୍ଜଳଗାଡିଆ ଗ୍ରାମର ଦିପକ ରଞ୍ଜନ ରଣସିଂ କୁ ଗିରଫ କରିବା ସହ ତାଠାରୁ ୧୪ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି।

ସେହିଭଳି ଭାବରେ ରାଇପଡା ଠାରେ ଚଢାଉ କରି ମଦ ବିକ୍ରୟ ଅଭିଯୋଗ ରେ କପିଳ ବେହେରା କୁ ଗିରଫ କରିବା ସହ ତା ଠାରୁ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ଜଣାପଡିଛି। ଏହି ଚଢାଉ ରେ ରଣପୁର ଅବକାରୀ ଉପ ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠୀ, କନେଷ୍ଟବଳ ପ୍ରଦିପ ନାୟକ, ମିତା ନାୟକ, ଲକ୍ଷ୍ମୀଧର ବେହେରା, ପ୍ରଶାନ୍ତ ସେଠୀ ଓ ଅବନୀ ସା ପ୍ରମୁଖ ସାମିଲ୍ ଥିଲେ। ଅଭିଯୁକ୍ତ ଦୁଇ ଜଣ ଙ୍କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.