Home ଜିଲ୍ଲା ପରିକ୍ରମା ନାକିଠଣାରେ ଗୃହ ଚୋରୀ ନେଇ ଥାନାରେ ଅଭିଯୋଗ

ନାକିଠଣାରେ ଗୃହ ଚୋରୀ ନେଇ ଥାନାରେ ଅଭିଯୋଗ

23

ନୟାଗଡ଼ ୨୯/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଗୃହ ଚୋରୀ ବଢିବାରେ ଲାଗିଛି। ରାତ୍ରିକାଳୀନ ପୋଲିସ ପଇଁତରା କମଜୋର ହୋଇଥିବା ଅଭିଯୋଗ ହେଉଛି। ଗତ ୨ ମାସ ଭିତରେ ନମଗାରିଆ ଓ ହରିହରପୁର ଗ୍ରାମରେ ୨ ଟି ଗୃହ ଚୋରୀ ହୋଇଥିଲେ ମଧ୍ୟ ଏଯାଏଁ ପୋଲିସର ହାତ ଖାଲି। ଗତ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତ୍ରିରେ ଚମ୍ପାପେଡି ଗ୍ରାମପଞ୍ଚାୟତ ନାକିଠଣା ଗ୍ରାମରେ ଗୋବିନ୍ଦ ବେହେରା ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ ହୋଇଥିବା ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ଚାନ୍ଦପୁର ଥାନା ନିରୀକ୍ଷକ ମୁକେଶ ବେହେରା ଘଟଣାକୁ ଗୁରୁତର ଭାବରେ ନେଇ ଉପ ନିରୀକ୍ଷକ ପୁରୁଷୋତ୍ତମ ପ୍ରଧାନ ଙ୍କୁ ଘଟଣାସ୍ଥଳ କୁ ପଠାଇ ତଦନ୍ତ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଗୋବିନ୍ଦ ବେହେରା ଙ୍କ ପୁଅର ଦୃର୍ଘଟଣା ଘଟିଥିବା ଯୋଗୁଁ ସେ ଓ ତାଙ୍କ ବୋହୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ରହି ଚିକିତ୍ସା ରେ ବ୍ୟସ୍ତ ଅଛନ୍ତି। ଘରେ ତାଙ୍କ ସ୍ତ୍ରୀ ଏକୁଟିଆ ରହିଥିବା ବେଳେ ଚୋରମାନେ ତାଙ୍କ ସ୍ତ୍ରୀ ଙ୍କୁ ବାହାର ପଟୁ କବାଟ କିଳି ଅନ୍ୟ ତିନି ବଖରା ଲୁଟ୍ କରିଥିଲେ। ଗୋବିନ୍ଦ ଙ୍କ ସ୍ତ୍ରୀ କୈାଣସି ସୁରାକ୍ ପାଇନଥିଲେ। ଏ ସର୍ମ୍ପକେ ଚାନ୍ଦପୁର ଥାନା ନିରୀକ୍ଷକ ମୁକେଶ ବେହେରା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ତଦନ୍ତ ଚାଲିଛି ଖୁବଶୀଘ୍ର ଚୋରଙ୍କୁ ଗିରଫ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.