Home କେନ୍ଦୁଝର ଆମ୍ବୋ ପଞ୍ଚାୟୟତରେ ମିଳିନି ମେ ମାସର ଚାଉଳ, ଦୁଖଃ ବଖାଣିଲେ ସଙ୍ଗରୋଧ ରୋଗୀ

ଆମ୍ବୋ ପଞ୍ଚାୟୟତରେ ମିଳିନି ମେ ମାସର ଚାଉଳ, ଦୁଖଃ ବଖାଣିଲେ ସଙ୍ଗରୋଧ ରୋଗୀ

82

ହାଟଡିହି- ୨୦ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର କରୋନା ସଂକ୍ରମଣ ଓ ଲକଡାଉନ କଟକଣାକୁ ଦୃଷ୍ଟିରେ ରଖି ମେ ଓ ଜୁନ ମାସର ଚାଉଳ ତୁରନ୍ତ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏପରିକି କେନ୍ଦ୍ର ସରକାର ମଧ୍ୟ ଲୋକମାନଙ୍କୁ ଦୁଇମାସର ଚାଉଳ ଚାଉଳ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଯାହାଦ୍ୱାରାକି ଲକ ଡାଉନ ସମୟରେ ଲୋକମାନେ କାମଧନ୍ଦାକୁ ଯାଇ ନପାରି ସୁରୁଖୁରୁରେ ଘରେ ବସି ଖାଦ୍ୟ ମୁଠେ ଖାଇପାରିବେ । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ହାଟଡିହି ବ୍‌ଏଲକ ଆମ୍ବୋ ଗ୍ରାମରେ । ଏଠାରେ ମେ ଓ ଜୁନ ମାସର ଚାଉଳ ଦିଆଯାଇ ନଥିବାବେଳେ କେନ୍ଦ୍ର ସରକାରଙ୍କ ଚାଉଳ ମଧ୍ୟ ଦିଆଯାଇ ନାହିଁ । ଆଜି ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ ଜଣେ କରୋନା ସଂକ୍ରମିତ ପରିବାରକୁ ଭେଟିଲା ବେଳେ ସଂକ୍ରମିତ ପରିବାର ସଦସ୍ୟଙ୍କ ପ୍ରଶ୍ନରେ ଅଧିକାରୀ ମାନେ ନିରୁତ୍ତର ହୋଇଯାଇଥିଲେ । ଘରେ ୫ପରାଣୀ କୁଟୁମ୍ବ ଥିବାବେଳେ ସେମାନେ ଖଟିଲେ ଖାଆନ୍ତି । କିନ୍ତୁ ଆଜକୁ ୫ଦିନ ହେଲା ସଙ୍ଗରୋଧରେ ଘରେ ଥିବାବେଳେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେଣୁ ପରିବାର ଲୋକେ କଣ ଖାଇବେ କିପରି ସଙ୍ଗରୋଧରେ ରହିବେ ବୋଲି କାନ୍ଦ କାନ୍ଦ ହୋଇ ଅଧିକାରୀ ମାନଙ୍କୁ ପ୍ରଶ୍ନ କରିଥିଲେ । ସେମାନଙ୍କୁ ରେସନ ଚାଉଳ ଯୋଗାଇ ଦିଆଯାଇ ନଥିବାରୁ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି ବୋଲି କହିଥିଲେ । ଏ ସମ୍ପର୍କରେ ସରପଞ୍ଚ ରାମଚନ୍ଦ୍ର ଦାସଙ୍କୁ ପଚାରିବାରେ ସବୁ ଚାଉଳ ପଞ୍ଚାୟତକୁ ଆସି ନଥିବାରୁ ଚାଉଳ ହିତାଧିକାରୀଙ୍କୁ ଦିଆଯାଇ ନଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଅନ୍ୟ ପଞ୍ଚାୟତ ମାନଙ୍କରେ ମେ ଓ ଜୁନ ମାସର ଚାଉଳ ବଣ୍ଟନ ସରିଥିବାବେଳେ ଏଠାରେ ଏତେ ବିଳମ୍ବ କାହିଁକି । ବ୍ଲକ ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.