Home ଓଡ଼ିଶା ବେଆଇନ ନିଶା କଫସିରପର ଖୋଲାଖୋଲି ବ୍ୟବସାୟ, ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର

ବେଆଇନ ନିଶା କଫସିରପର ଖୋଲାଖୋଲି ବ୍ୟବସାୟ, ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର

212

– ଡ୍ରଗ୍ ଇନିସପେକ୍ଟର ନିରବ କାହିଁକି

ବଲାଙ୍ଗୀର ୧୪-୩ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ନିଶା କଫ ସିରଫ କାରବାର ଖୋଲା ଖୋଲି ଚଳେଇ ବ୍ୟାପକ ଅର୍ଥ ଏହି ଅସାଧୁ ଚୋରା ବ୍ୟବସାୟୀ ଆୟ କରୁଥିବା ବେଳେ ବିଭାଗୀୟ ପ୍ରଶାସନିକ ଅଧିକାରୀ ପ୍ରୋତ୍ସାହନ ଦେବା ଅଭିଯୋଗ ହେଉଛି। ଏସକଫ ନାମକ ଏକ ନିଶା ସିରଫ ବହୁଳ ପରିମାଣରେ ବେଆଇନ ଭାବେ ରାଜ୍ୟର କଟକରୁ ଓ ପଡୋଶୀ ରାଜ୍ୟ ଛତିଶ ଗଡ଼ର ରାୟପୁର ପଟୁ ଆସୁଛି। ଚୋରା ବ୍ୟବସାୟୀମାନେ ୧୬oଗୋଟି ଶହେ ଏମ.ଏଲ ଥିବା ଉକ୍ତ ସିରଫ ପେଟିକୁ ଆଣି ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରି ଏକ ସକ୍ରିୟ ରେକେଟ ଚାଲିଛି। ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଯୁବ ସମାଜ ପଥଭ୍ରଷ୍ଟ ହେବା ସାର ହେଉଛି। ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ସହରରେ ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ ଓ ସିନ୍ଧେକେଲାରେ ମୁଖ୍ୟ ଗୋଦାମ କରି ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଛି। ଶହେ ପଚାଶରୁ ଦୁଇ ଶହ ଟଙ୍କା ଦରରେ ଏହା ବିକ୍ରି କରାଯାଉଛି। ସରକାର ଔଷଧ ଦୋକାନ ଗୁଡିକରେ ଏହି ବିକ୍ରି ସଂପୂର୍ଣ୍ଣ ବନ୍ଦ ସମ୍ପୂର୍ଣ ବନ୍ଦ ଘୋଷଣା ସତ୍ୱେ ଏ କାରବାର ବନ୍ଦ ପାଇଁ ଜନସେବା ସଂଘ ଲିଖିତ ଆବେଦନ ସତ୍ୱେ କୌଣସି ପଦକ୍ଷେପ ନ ହେବ ନେଇ ଅସନ୍ତୋଷ ପ୍ରକାଶ ପାଇଛି l ତୁରନ୍ତ ଏ ନେଇ ବିଭାଗୀୟ ମୁଖ୍ୟ ପଦକ୍ଷେପ ଗ୍ରହଣ ପାଇଁ ଜନସେବା ସଂଘ ଦୃଢ ଦାବି କରି ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.