Home ଜିଲ୍ଲା ପରିକ୍ରମା ଗୋପାଳପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ

ଗୋପାଳପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ

67

ବାହାନଗା, ୨୧ା୭(ଭାରତୀ ଦାସ/ ଓଡ଼ିଆ ପୁଅ): ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହା ବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ନରାମ୍ବରରେ ପାଳିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେଶ କୁମାର ପାଢୀ। କରୋନା କଟକଣାକୁ ଆଖି ଆଗରେ ରଖି କମ ସଂଖ୍ୟକ କର୍ମଚାରୀ ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନେଇ କାର୍ଯ୍ୟକ୍ରମ ହୋଇ ଥିଲା। ଅତିଥି ପରିଚୟ ପ୍ରଦାନ ପ୍ରାଧ୍ୟାପକ ପ୍ରଭାକର ମହାଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରକ୍ତନ ଅଧ୍ୟକ୍ଷ ଡ- ରାଧାକୃଷ୍ଣ ସାମଲ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପ୍ରାଧ୍ୟାପକ ରବିନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡ ଅଭୟ କୁମାର ମହାନ୍ତି, ଅଧ୍ୟାପିକା ଅନିତା ଜେନା, , ମାନସ ରଞ୍ଜନ କର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଶେଷରେ ପ୍ରାଧ୍ୟାପକ ନିହାର ରଞ୍ଜନ କର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାରେ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କର ସହଯୋଗୀତା କାର୍ଯ୍ୟକୁ ଭୂୟିଅସୀ ପ୍ରଶଂସା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.