Home ଜିଲ୍ଲା ପରିକ୍ରମା ବେଆଇନ ଘର ନିର୍ମାଣ:ଜଳ ନିଷ୍କାସନରେ ପ୍ରତିବନ୍ଧକ

ବେଆଇନ ଘର ନିର୍ମାଣ:ଜଳ ନିଷ୍କାସନରେ ପ୍ରତିବନ୍ଧକ

40

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଧିନରେ ଥିବା ବିଭିନ୍ନ ସରକାରୀ ଗୋଚର, ଅନାବାଦି ଓ ନଦୀନାଳକୁ ଜବରଦଖଲ କରି ସେଠାରେ ବେଆଇନ ଭାବେ ଘର ନିର୍ମାଣ କରୁଥିବା ଦେଖାଦେଇଛି । ଫଳରେ ଜବରଦଖଲ ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେବା ସହିତ ଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଧାମନଗର-ଦୋବଲ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ କେତେକ ଲୋକ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ପକ୍କା ଘର ନିର୍ମାଣ କରିଛନ୍ତି । ଏପରିକି ଜଳ ନିଷ୍କାସନ ପାଇଁ ଥିବା ନାଳ ଓ ସୋଠକୁ ସେମାନେ ପୋତିବା ଦ୍ୱାରା ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ବିଶେଷକରି କଲେଜ ଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ଜବରଦଖଲ ବଢିଛି । ନାଳରେ ମାଟି ପକାଇ ସେଠାରେ ସ୍ଥାୟୀ ଘର ନିର୍ମାଣ କରାଯାଉଛି । ଫଳରେ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ନହୋଇପାରି ରାସ୍ତାରେ ଆଣ୍ଠୁଏ ଲେଖାଏଁ ବର୍ଷାଜଳ ଭରି ରହିଥାଏ । ଏପରିକି ଏହା ଏକ ବନ୍ୟାଂଚଳ ହୋଇଥିବାରୁ ବୈତରଣୀ ନଦୀର କଂଟିଘାଇ ଏସକେପରୁ ବନ୍ୟାଜଳ ବାହାରି ନୂଆପଡା, କୁରିଗାଁ ଦେଇ ଧାମନଗର ଅଂଚଳକୁ ପ୍ରବେଶ କରିଥାଏ । ବନ୍ୟା ସମୟରେ ଧାମନଗର-ଦୋବଲ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ହେଲେ ଏବେ ନାଳ ପୋତା ଯୋଗୁଁ ଏହି ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସରକାର ଜଳ ନିଷ୍କାସନ ପାଇଁ ରାସ୍ତା ମାନଙ୍କରେ ପୋଲ ଓ ସୋଠ ବସାଉଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ସେହିପରି ଧାମନଗର ବଜାରରେ ମଧ୍ୟ ଅନୁରୂପ ଭାବେ ଜବରଦଖଲ ଯୋଗୁଁ ନିକଟରେ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ହୋଇନପାରି ସମଗ୍ର ଧାମନଗର ବଜାର କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା । ଆଗାମୀ ଦିନରେ ଏହି ଜବରଦଖଲ ଉଚ୍ଛେଦ ନହେଲେ ନିଶ୍ଚିତ ଭାବେ ବନ୍ୟାଜଳ ନିଷ୍କାସନର ବାଧକ ସୃଷ୍ଟି ହେବ । ଏନେଇ ବଡ ଧରଣର ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବ୍ଲକ କଂଗ୍ରେସ ସଭାପତି ଅଭିଶେଷ ରାଉତ ଓ ନଗର ସଭାପତି ପ୍ରସନ୍ନ କୁମାର ଧଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.