Home ଜିଲ୍ଲା ପରିକ୍ରମା ଧାମନଗର – ପୁଣି ୨ ଆକ୍ରାନ୍ତ ଚିହ୍ନଟ; ପ୍ରଶାସନ ପକ୍ଷରୁ ଯାଂଚ କଡାକଡି

ଧାମନଗର – ପୁଣି ୨ ଆକ୍ରାନ୍ତ ଚିହ୍ନଟ; ପ୍ରଶାସନ ପକ୍ଷରୁ ଯାଂଚ କଡାକଡି

25

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ଅଂଚଳରୁ ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ବ୍ଲକର ଅସୁରାଳି ଓ ଷୋଳଗାଁ ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସପ୍ତାହ ମଧ୍ୟରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । କ୍ରମାଗତ ଭାବେ ଧାମନଗର ଅଂଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରିଛି । ଧାମନଗର ସମେତ ଧୂଷୁରୀ, କୋଠାର, ବେତାଳିଗାଁ ଆଦି ବଜାର ମାନଙ୍କରେ ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ସମେତ ପୁଲିସର ମିଳିତ ସହଯୋଗରେ କୋଭିଡ ଗାଇଡ ଲାଇନ କଡାକଡି ଯାଂଚ ହୋଇଥିଲା । ସେହିପରି ବିଭିନ୍ନ ବ୍ୟାଙ୍କ ଓ ଦୋକାନ ମାନଙ୍କରେ ପହଂଚି ସେମାନଙ୍କୁ ଗାଇଡ ଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସାଧାରଣ ଲୋକ ହାଟ ବଜାର ଓ ଦୋକାନ ମାନଙ୍କରେ ଗହଳି ନକରିବାକୁ ତାଗିଦ କରିବା ସହିତ ସେମାନଙ୍କୁ ସଚେତନତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.