Home ଜିଲ୍ଲା ପରିକ୍ରମା ବେଆଇନ୍ ଚୋରା ମଦ ଜବତ ଜଣେ ଗିରଫ

ବେଆଇନ୍ ଚୋରା ମଦ ଜବତ ଜଣେ ଗିରଫ

57

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଟ୍ଟସାହି ଅଞ୍ଚଳର ଜଣେ ଜଣାଶୁଣା ଚୋରା ମଦବେପାରି ଦେବବ୍ରତ ସାହୁ(ହେଗଡ଼) କୁ ଆଜି ଧୂଷୁରୀ ପୋଲିସ ଗିରଫ କରିବା ସହିତ ତାଙ୍କ ନିକଟରୁ ବିପୁଳ ମଦ ଜବତ କରିଛନ୍ତି । ପ୍ରକାଶ ଥାଉକି ଦେବବ୍ରତ ଦୀର୍ଘବର୍ଷ ହେବ ଏହି ବେଆଇନ୍ ଚୋରାମଦ କାରବାର ଓ ଚୋରା କୋଇଲା ବିକ୍ରିକରୁଥିବାର ତାଙ୍କ ନାମରେ ଅନେକ ଅଭିଯୋଗ ଥିଲା । ତେବେ ପୋଲିସ ଏହି ଚୋରାମଦ ବେପାରି ଧରିବାପାଇଁ ଜାଲ ବିଛାଇ ଥିଲା । ଆଜି ଦେବବ୍ରତ ଏହି ବେଆଇନ୍ ମଦନେଇ ଯାଉଥିବାବେଳେ ଧୂଷୁରୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନାଅଧିକାରୀ ପ୍ରଫୁଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ମହାପ୍ରସାଦ ନାୟକ, କୂଳମଣୀ ପାତ୍ର ପ୍ରମୁଖ ସଦଳବଳେ ଭଟ୍ଟସାହି ଅଞ୍ଚଳରୁ ବେଆଇନ୍ ମଦ ଓ ବେବହାର କରିଥିବା ଏକ ବାଇକ୍ ସମେତ ଦେବବ୍ରତକୁ ଗିରଫ କରିଥିଲେ । ପ୍ରକାଶ ଥାଉକି ଦେବବ୍ରତ ନାମରେ ପୂର୍ବରୁ କୋଇଲା ଚୋରି ଓ ଚୋରାମଦ ବିକ୍ରିକରି ଫେରାର ଥିବାର ତାଙ୍କ ନାମରେ ୱାରେଣ୍ଟ କେସମଧ୍ୟ ରହିଥିବରୁ ଉଭୟ କେସରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.