Home ଜିଲ୍ଲା ପରିକ୍ରମା ଆଗରପଡ଼ାରେ ଠାକୁରାଣୀ ମୂର୍ତ୍ତୀ ଚୋରୀ

ଆଗରପଡ଼ାରେ ଠାକୁରାଣୀ ମୂର୍ତ୍ତୀ ଚୋରୀ

56

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ସ୍ଥିତ ସାଳନ୍ଦୀ ନଦୀ ସେତୁ ନିକଟରେ ଥିବା ମା ରାଉତରାଣୀଙ୍କ ମୁଗୁନିପଥର ମୂର୍ତ୍ତୀ କୁ ଗତ କାଲି ରାତିରେ କେହି ଦୁବୃର୍ତ୍ତ ଚୋରୀ କରି ନେଇଥିବାର ଥାନାରେ ଅଭିଯୋଗ ହୋଇଛି । ଏହି ପୀଠରେଥିବା ବହୁ ପୁରାତନ କାଳରୁ ଏହି ଠାକୁରାଣୀ ପୂଜା ପାଇ ଆସୁଥିଲେ । ୩ ଗୋଟି ମୂର୍ତ୍ତୀକୁ ସିମେଣ୍ଟ କଂକ୍ରିଟ କରାଯାଇ ସ୍ଥାପନା କରାଯାଇଥିଲା । ଗତ କାଲି ରାତିରେ କେହି ଦୁବୃର୍ତ୍ତ କଂକ୍ରିଟକୁ ଭାଙ୍ଗି ପ୍ରାୟ ଅଢେଇ ଫୁଟ ଉଚ୍ଚତା ବିଶିଷ୍ଟ ମୁଖ୍ୟ ମୂର୍ତ୍ତୀକୁ ଚୋରୀ କରି ନେଇ ଯାଇଥିବା ବେଳେ ପାଶ୍ୱର୍ ମୂର୍ତ୍ତୀ୨ଟିକୁ ନେଇପାରିନାହିଁ । ଅଭିଯୋଗ ପାଇ ପୋଲିସ୍ ଘଟଣା ସ୍ଥଳରେ ତଦନ୍ତ ଜାରୀ ରଖିଥିବା ବେଳେ ଅପରାହ୍ନରେ ସାଇନଟିଫିକ୍ ଟିମ ସନ୍ଧାନୀ କୁକୁରକୁ ଧରି ଘଟଣା ସ୍ଥଳରେ ଅଧିକ ଛାନ୍‌ଭିନ୍ କରିଥିବା ଜଣାପଡ଼ିଛି । ଏହି ମୂର୍ତ୍ତୀଟି ଚୋରୀ ହେବାପରେ ଭକ୍ତ ମାନେ ବ୍ୟଥିତ ହୋଇପଡ଼ିଛନ୍ତି । ତୁରନ୍ତ ଦୁବୃର୍ତ୍ତକୁ ଠାବ କରି ଚୋରୀ ମୂର୍ତ୍ତୀ ଉଦ୍ଧାର କରିବା ପାଇଁ ଯୁବନେତା ଚିତ୍ତରଂଜନ ଉଦ୍‌ଗାତା,ପୂର୍ବତନ ସମିତି ସଭ୍ୟ ମନରଂଜନ ଘଡ଼େଇଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.