Home ଜିଲ୍ଲା ପରିକ୍ରମା ଟୀକା ନେଇ ୨ ମାସର ଶିଶୁର ମୃତ୍ୟୁ ଅଭିଯୋଗ, ମେଡିକାଲରେ ଧାରଣାରେ ବସିଲେ ପରିବାର

ଟୀକା ନେଇ ୨ ମାସର ଶିଶୁର ମୃତ୍ୟୁ ଅଭିଯୋଗ, ମେଡିକାଲରେ ଧାରଣାରେ ବସିଲେ ପରିବାର

69

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟୀକାନେବାର କିଛି ସମୟ ପରେ ଜଣେ ୨ ମାସର ଶିଶୁର ମୃତ୍ୟୁ ହେବା ଘଟଣାର ଅଭିଯୋଗରେ ତାର ପରିବାର ଲୋକେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଂଚାୟତର ମୁକ୍ତାପଦୀ ଗ୍ରାମର ଅରୁଣ ଦାସଙ୍କ ୨ ମାସର ଶିଶୁକୁ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବାକୁ ଥିବା ଓପିଭି-୧, ଡିପିଟି-୧ ଓ ହେପା ଟାଇଟିସ୍‌-ବି୧ ଭଳି ୩ ଟି ଟୀକାକୁ ଏକକାଳୀନ ଦିଆଯାଇଥିଲା । ଫଳରେ ଟୀକାନେବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ତାକୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଏଣୁ ଟୀକା ଦେବାରେ ଅବହେଳା ହୋଇଥିବାର ଅଭିଯୋଗ କରି ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିବା ପରେ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ସେଠାରେ ପହଞ୍ôଚ ବୁଝାସୁଝା କରି ଧାରଣାରୁ ଉଠାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.