ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ ବିଭାଗ ପକ୍ଷରୁ ଆଜି ସହକାରୀ ବନ ସଂରକ୍ଷକ ସୁମିତ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକରେ ଥିବା ୩ଟି କରତ କଳ ଉପରେ ଚଢାଉ କରାଯାଇଛି। ଏହି ବେଆଇନ୍ କରତ କଳ ସଂପର୍କରେ ପୂର୍ବରୁ ଅଭିଯୋଗ ରହିଥିଲା। ଏହି ଚଢାଉ କାଳରେ ଭଦ୍ରକ ବନାଂଚଳ ଅଧିକାରୀ ପୀତାମ୍ବର ନାୟକ ଓ ଅନ୍ୟ ବନ କର୍ମଚାରୀଙ୍କ ସହାୟତାରେ ଭଦ୍ରକ ପୌରାଂଚଳର କାଜିସାହି, ହଳଦିଡିହ ଓ ବେନ୍ତାଳ ଠାରେ ଥିବା ୩ଟି ବେଆଇନ୍ କରତ କଳ ଉପରେ ଚଢାଉ ହୋଇଥିଲା। ସକାଳ ୬ଠାରୁ ଦିବା ୧୨ଟା ପର୍ଯ୍ୟନ୍ତ ହୋଇଥିବା ଏହି ଚଢାଉରେ ୧୩୮.୨୧ ସିଫ୍ଟ ଆକାଶୀ, ନିମ୍ବ କାଠ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।








