Home କେନ୍ଦୁଝର ବେଆଇନି ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ

ବେଆଇନି ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ

50

ହାଟଡ଼ିହି, ୨୫ । ୧୧ : ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲର ଡିମିରିଆ ଓ ହାବଳେଶ୍ୱର ବାଲିଘାଟରୁ ବେଆଇନି ବାଲି ଉଠାଣ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ପ୍ରଶାସନ ପକ୍ଷରୁ ଉକ୍ତ ଦୁଇଗୋଟି ବାଲିଘାଟରେ ୧୪୪ଧାରା ଜାରି କରାଯାଇଛି । ଏଠାରେ ଲିଜ ଅବଧି ସମାପ୍ତି ହୋଇଯିବା ପରେ କିଛି ମୁଷ୍ଟିମେୟ ଲୋକ ସଂଘବଦ୍ଧ ହୋଇ ଦୈନିକ ଶହଶହ ଟ୍ରିପ ବାଲି ଉଠାଉଥିଲେ । ଯାହାଦ୍ୱାରାକି ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଥିଲା । ଆଜି ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ନନ୍ଦିପଦା ଥାନା ଏ.ଏସ.ଆଇ ଚନ୍ଦ୍ର ଶେଖର ସିଂ, ରାଜସ୍ୱ ସୁପରଭାଇଜର ପିତାମ୍ବର ଜେନା, ସହକାରୀ ରାଜସ୍ୱ ନିରୀକ୍ଷକ ସଞ୍ଜୟ ପେରେଇ ପ୍ରମୁଖ ଡିମିରିଆ ଓ ହାବଳେଶ୍ୱର ଅଞ୍ଚଳରେ ଡେଙ୍ଗୁରା ଦେଇ ଲୋକମାନଙ୍କୁ ୧୪୪ଧାରା ଜାରି ସମ୍ପର୍କରେ ସୁଚନା ଦେବାସହ ଫଳକ ଓ ନାଲିପତାକା ମାରିଥିଲେ । ଏହାପରେ ଯଦି ମାଫିଆମାନେ ବାଲି ଉତ୍ତୋଳନ କରନ୍ତି ତେବେ ଆଇନ ଅନୁଯାଇ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.