Home କେନ୍ଦୁଝର ବୃନ୍ଦାବନପୁର ଗ୍ରାମରୁ ସିରିଜ ଚୋରୀ

ବୃନ୍ଦାବନପୁର ଗ୍ରାମରୁ ସିରିଜ ଚୋରୀ

34

ହାଟଡ଼ିହି, ୨୧ / ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ବୃନ୍ଦାବନପୁର ଗ୍ରାମରୁ ଗତକାଲି ରାତିରେ କିଛି ଦୁର୍ବୁତ ୫ଜଣ ବ୍ୟକ୍ତିଙ୍କ ଘରୁ ବିଭିନ୍ନ ସାମଗ୍ରୀ ଚୋରି ଯାଇଥିବା ଜଣାଯାଇଛି । ଅବନୀ କୁମାର ଜେନା ନାମକ ଜଣେ ବ୍ୟକ୍ତି ଭଦ୍ରକରେ ରହୁଥିବାବେଳେ କେହି ଦୁର୍ବୁତ ଗତକାଲି ରାତିରେ ତାଙ୍କ ଘର ତାଲାଭାଙ୍ଗି ଘରଭିତରୁ କିଛି ସାମଗ୍ରୀ ଚୋରୀ କରିଛନ୍ତି । କିନ୍ତୁ ତାଙ୍କ ଘରେ କେହି ରହୁନଥିବାରୁ କଣ କଣ ଚୋରୀ ଯାଇଛି ତାର ସବିଶେଷ ତଥ୍ୟ ମିଳିପାରି ନାହିଁ । ସେହିପରି ଗ୍ରାମର କରୁଣାକର ମହାନ୍ତିଙ୍କ ଘରୁ ୧୭୦୦ଟଙ୍କା, ଆନନ୍ଦ ସ୍ୱାଇଁଙ୍କ ଘରୁ ଚେୟାର, ବାଲଟି, ଗରା, ଜୟନ୍ତ ସ୍ୱାଇଁଙ୍କ ଘରୁ କିଛି ବୈଦ୍ୟୁତିକ ସାମଗ୍ରୀ ହେଚାରି ଯାଇଛି । ସେହିପରି ମାଗୁଣି ସ୍ୱାଇଁଙ୍କ ଘରେ କେହି ନଥିବାର ସୁଯୋଗରେ ଦୁର୍ବୁତମାନେ ଚାବିଭାଙ୍ଗି କିଛି ସାମଗ୍ରୀ ଲୁଟ କରିଛନ୍ତି । ମାତ୍ର ମାଗୁଣିଙ୍କ ପରିବାର ଲୋକେ ଘରେ ପହଞ୍ଚି ନଥିବାରୁ କଣକଣା ଯାଇଛି ସେ ସମ୍ପର୍କରେ କିଛି ଜଣାପଡି ନାହିଁ । ଏ ସମ୍ପର୍କରେ ନନ୍ଦିପଦା ଥାନାରେ ମଧ୍ୟ କିଛି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.