Home କେନ୍ଦୁଝର ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଡିକି ଭାଙ୍ଗି ଲୁଟ ଅଭିଯୋଗ

ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଡିକି ଭାଙ୍ଗି ଲୁଟ ଅଭିଯୋଗ

31

ହାଟଡ଼ିହି, ୨୧ / ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ବଡ ରମ୍ପାସ ଠାରେ ଡିକିଭାଙ୍ଗି ୨୮ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ବିଦ୍ୟୁତ ସେକ୍ସନର କର୍ମଚାରୀ ପ୍ରକାଶ କୁମାର ନନ୍ଦ ଗତକାଲି ସକାଳ ୧୦ଟାବେଳେ ବଡରମ୍ପାସ ଗ୍ରାମର ସାନି ଫେବ୍ରିକେସନକୁ ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇଥିଲେ । ସାଇନାଥ ଫେବ୍ରିକେସନର ପ୍ରୋପାଇଟର ସାଇନାଥ ଦାସଙ୍କ ଘର ସମ୍ମୁଖରେ ବାଇକଟି ରଖି ବିଦ୍ୟୁତ ଦେୟ ଆଦାୟ ପାଇଁ ତାଙ୍କ ଘର ଭିତରକୁ ଯାଇଥିବାବେଳେ କେହି ଦୁର୍ବୁତ ତାଙ୍କ ବାଇକ ଡିକି ଭାଙ୍ଗି ଡିକିରେ ଥିବା ବ୍ୟାଗକୁ ନେଇ ଛୁ ମାରିଥିଲା । ବ୍ୟାଗ ଭିତରେ ୨୮ହଜାର ୮୨୦ଟଙ୍କା ସହିତ ଅନ୍ୟ କିଛି ବିଭାଗୀୟ କାଗଜପତ୍ର ଥିଲା । ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ଦ୍ରୁତ ଗତିରେ ପଳାଇଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ପରେ ଅନେକ ଖୋଜାଖୋଜି କରିବାପରେ ତାଙ୍କର ବ୍ୟାଗଟି ଡଙ୍କୁରୀ ଗ୍ରାମ ନିକଟସ୍ଥ ଏକ ବିଲରୁ ମିଳିଥିଲା । ମାତ୍ର ବ୍ୟାଗରେ ଟଙ୍କା ନଥିଲା । ଏନେଇ ପ୍ରକାଶ ନନ୍ଦିପଦା ଥାନାରେ ଏକ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ କେସନଂ ୨୨/୨୦୨୧ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.