Home ଓଡ଼ିଶା ବୃଦ୍ଧାଶ୍ରମରେ ଜଣେ ବୃଦ୍ଧଙ୍କ ଦେହାନ୍ତ ସମାଜ ସେବୀଙ୍କ ଦ୍ୱାରା ଶବସଂସ୍କାର

ବୃଦ୍ଧାଶ୍ରମରେ ଜଣେ ବୃଦ୍ଧଙ୍କ ଦେହାନ୍ତ ସମାଜ ସେବୀଙ୍କ ଦ୍ୱାରା ଶବସଂସ୍କାର

59

ମାଲକାନଗିରି,୮ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସେତୁ ବୃଦ୍ଧା ଶ୍ରମରେ ରହୁଥିବା ସମାରୁ କୁମାର ବାଗ(୬୮)ନାମକ ଜଣେ ବୃଦ୍ଧଙ୍କର ଆଜି ଦେହାନ୍ତ ହୋଇଯାଇଛି । ସେହି ବୃଦ୍ଧ ଜଣେ ଅସହାୟ ହୋଇଥିବା ଓ ତାଙ୍କର କେହି ନଥିବାରୁ ଏହି ଖବର ପାଇ ସମାଜସେବି କେ.ଦେଶିରାଜୁ ଆଚାରୀ ,କିସ ସଂସ୍ଥାର ଜିଲ୍ଲା ସଂଯୋଜକ ରୌମ୍ୟରଜଂନ ପରିଡା,ଆଓମାର ପ୍ରତିଷ୍ଟାତା ବିନାଶ କମାର ମିଶ୍ର,ଆଓମାର ଛାତ୍ର ମାନେ ଓ ପର୍ଶୁରାମ,ଦୁଖି ବାଗ ପ୍ରମୁଖ ସମାଜ ସେବି ଏକ ମହାପରାୟଣ ଗାଡି ଡାକି ନିକଟସ୍ଥ ସ୍ମଶାନକୁ ଶବକୁ ନେଇ ସେଠାରେ ମିଳିତ ଭାବେ ଶବସଂସସ୍କାର କରିଥିଲେ । ସୁତଚନା ଯୋଗ୍ୟ ସମାରୁ ବାଗ ଙ୍କ ନିଜ ଘର କୋରକୁଣ୍ଡା ଅଚଂଳରେ ତାଙ୍କର କେହି ପୁଅ ନଥିବାରୁ ଝିଅଟିଏ ବିବାହ ହୋଇ ଯିବାପରେ ସେ ଅସହାୟ ହୋଇପଡିଥିଲେ । ତାଙ୍କୁ ମାଲକାନଗିରି ସେତୁ ନାମକ ବୃଦ୍ଧା ଶ୍ରମ ଠାରେ ଆଶ୍ରୟ ଦିଆଯାଇଥିଲା । ଗତ କିଛି ଦିନହେଲା ତାଙ୍କ ଦେହ ଅସୁସ୍ଥ ହୋଇ ସେ ପାରିଲିସରେ ଆକ୍ରାନ୍ତ ହୋଇଥିଲେ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି । ଏହି ସେତୂ ବୃଦ୍ଧା ଶ୍ରମଟି କୁ ଗତ୨୦୧୬ ମିହାରୁ ଜୟପୁର ଅଚଂଳର ଦୀପକ ରଂଜନ ଦାଶ ନାମକ ଜଣେ ସମାଜ ସେବି ମାଲକାନଗିରି ଠାରେ ଚଳାଇଆସୁଥିଲେ । ସରାକାରି ଅନୁଦାନ ମିଳୁନଥିବାରୁ ବହ ଦୁଃଖକଷ୍ଟରେ ଦୀର୍ଘ ବର୍ଷ ଧରି ଆଶ୍ରମଟିକୁ ଚଳାଉଥିଲେ । ଏ ଖବର ମାଲକାନଗିରି ର ସମାଜ ସେବୀ କେ.ଦେଶିରାଜୁ ଆଚାରୀ (ରାଜା ଆର୍ଟ )ଜାଣିବାପରେ ଆଶ୍ରମରେ ପହଁଚି ସହାୟତର ହାତ ବଢାଇଥିଲେ । ସେ କିଛି ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଶ୍ରମର ଅନ୍ତେବାସୀ ମାନଙ୍କ ସେବା କରିବା ସହିତ ଖାଦ୍ୟପେୟର ବ୍ୟବସ୍ଥା କରୁଥିବାର ଜଣାପଡିଛି ।ସମାଜ ସେବୀ ରାଜା ଓ ତାଙ୍କର ଟିମଙ୍କ ଏହି ମହତ କାର୍ଯ୍ୟକୁ ସହରବାସୀ ସାଧୁବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.