Home ଓଡ଼ିଶା ଜିଲ୍ଲାପାଳଙ୍କ ଦ୍ୱାରା କରୋନା ଟିକାକରଣ କେନ୍ଦ୍ର ଉଦଘାଟିତ,ପ୍ରଥମ ଦିବସରେ ୧୨୫୦ ଜଣ କୋଭିଡ ଟିକା ନେଲେ

ଜିଲ୍ଲାପାଳଙ୍କ ଦ୍ୱାରା କରୋନା ଟିକାକରଣ କେନ୍ଦ୍ର ଉଦଘାଟିତ,ପ୍ରଥମ ଦିବସରେ ୧୨୫୦ ଜଣ କୋଭିଡ ଟିକା ନେଲେ

62

ମାଲକାନଗିରି,୮ ।୬ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଅଚଂଳରେ ଆଜିଠାରୁ ୧୮ବର୍ଷରୁ ୪୪ବର୍ଷ ବର୍ଗର ହିତାଧିକାରୀ ଙ୍କୁ କୋଭିଡ ଟାକା ଦେବା ଆରମ୍ଭ ହୋଇଯାଇଛି । କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ବିଦ୍ୟାଳୟ ପରିସରରେ ଖୋଲା ଯାଇଥିବା ଟିକାକରଣ କେନ୍ଦ୍ରକୁ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଆନୁଷ୍ଟିନିକ ଭାବେ ଉଦଘାଟନ କରିଛନ୍ତି । ଆଜି ପ୍ରଥମ ଦିବସରେ ୧୨୫୦ଜଣ ଙ୍କୁ କରୋନାଟିକା ପ୍ରଦାନ କରାଯାଇଛି । ପୌରାଚଂଳର ୧୯ଟି ଓ୍ୟାର୍ଡରେ ୧୬୬୦୦ଜଣ ୧୮ବର୍ଷରୁ ୪୫ବର୍ଷ ବର୍ଗର ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇଛି । ମାଲକାନଗିରି ପୌରାଚଂଳକୁ ପ୍ରଥମ ପର୍ଯ୍ୟାୟରେ ୨୫୦୦ କୋଭିଢ ଟିକା ସରକାରଙ୍କ ପକ୍ଷରୁ ମିଳିଛି । ପରବର୍ତି ସମୟରେ ପର୍ଯ୍ୟାୟ କ୍ରମେ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲୁରହି ମୋଟ ୧୬୬୦୦ଜଣ ୧୮ବର୍ଷରୁ ୪୫ ବର୍ଷ ବର୍ଗର ହିତାଧିକାରୀ ଙ୍କୁ ଟିକାପ୍ରଦାନ କରାଯିବା ପାଇଁ ନିସ୍ପତି ନିଆଯାଇଛି । ଏହି ଟିକାକରଣ କେନ୍ଦ୍ର ଉଦଘାଟନି ସଭାପରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ପ୍ରଫୁଲକୁମାହର ନନ୍ଦ ପ୍ରମୁଖ ଉପସ୍ଥିତି ଥିଲେ । ଟିକାକରଣ କେନ୍ଦ୍ରକୁ ୧୮ବର୍ଷରୁ ୪୫ବର୍ଷ ବର୍ଦର ହିତାଧିକାରୀ ମାନେ କୋଭିଡ ନିୟମ ପାଳନ କରି ମୁହଁରେ ମାସ୍କପରିଧିନ ସହିତ ସାମାଜିକଦୂରତା ଅବଲମ୍ବନକରି ଲମ୍ବାଧାଢିରେ ଛିଡାହୋଇ ଆଗ୍ରହ ସହକାରେ ଟିକାନେବାକୁ ଜଗିରହିଥିବାର ଦେଖିବାକୁ ମିଳିଥିଲା । ଏହି ଅବସରେ ଡିପିଓମଓ ବନବିହାରୀ ମିଶ୍ର,ଟିକାକରଣ ଜିଲ୍ଲାସଂଯୋଜକ ଶିବପ୍ରସାଦ ପ୍ରହରାଜ,ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସଚିନଗୌଡ,ସଂଗ୍ରାମ କୁମାର ପଣ୍ଡା ପ୍ରମୁଖ ଅଧିକାରୀ ଟିକାରଣ କେନ୍ଦ୍ରଗୁଡିକ ପରିଦର୍ଶନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଲକାନଗିରି ଜିଲ୍ଲା ହସପିଟାଲ,ବିବିଗୁଡା ସ୍କୁଲ,ଏକ୍ସ ବୋର୍ଡ ସ୍କୁଲ,ବୁଟିଗୁଡା ସ୍କୁଲ,ସରକାରି ବାଳିକା ଉଚ୍ଚବିଦ୍ୟାଳୟ ୫ଟି ସ୍ଥାନରେ ପ୍ରଥମ ଦିବସରେ ୧୨୫୦ଜଣ ଙ୍କୁ ଟିକାପ୍ରଦାନ କରାଯାଇଛି । ଆସନ୍ତା କାଲି ମଧ୍ୟ ସକାଳ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚିକାକରଣ କରାଯିବ ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.