Home ଓଡ଼ିଶା ବୃଦ୍ଧାଙ୍କୁ ଦଳିଦେଲା ହାତୀ

ବୃଦ୍ଧାଙ୍କୁ ଦଳିଦେଲା ହାତୀ

550

ନୟାଗଡ/୨୭/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ବନ୍ଧପଲ୍ଲା ଗ୍ରାମପଂଚାୟତ ମୁକ୍ତାପୁର ପାତାଳେଶ୍ୱର ମହାଦେବ ମନ୍ଦିର ପୁର୍ବପଟେ ଗତ ୨୬ ତାରିଖ ସଂଧ୍ୟାରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଚକଟି ମାରିଦେଇଥିବା ଜଣା ପଡିଛି। ରଣପୁର ରେଞ୍ଜ ରେଞ୍ଜର ଶରତ ଚନ୍ଦ୍ର ଶତପଥି ଘଟଣା ସ୍ଥଳରେ ପହଁଛି ୨୭ ତାରିଖ ସକାଳୁ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି। ବୃଦ୍ଧା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଭଜାଗଡ ଗ୍ରାମ ମୋତି ବେୱା(୭୦)। ବୃଦ୍ଧା ଜଣକ ନୟାଗଡ ଜିଲ୍ଲା ରଣପୁର ଥାନା ରାଜ ଜଙ୍କିଆ ଗ୍ରାମ ଝିଅ ଘରକୁ ଆସୁଥିଲେ। ସଂଧ୍ୟା ସମୟରେ ହାତୀ ଦଳ ହାବୁଡରେ ପଡିଥିଲେ। ହାତୀ ଦଳ ତାଙ୍କୁ ଦଳି ଚକଟି ମାରିଦେଇଥିଲେ। ଏହି ହାତୀ ଦଳରେ ୧୭ ଟି ହାତୀ ଅଛନ୍ତି ଅନେକ ଦିନ ହେଲା ଆଖ ପାଖ ଅଂଚଳରେ ଧାନ ଫସଲ କୁ ନଷ୍ଟ କରି ଚାଲିଛନ୍ତି। ବନବିଭାଗ ହାତୀ ଘଉଡାଇଲେ ମଧ୍ୟ ହାତୀ ଦଳ ଏହି ଅଂଚଳ ଛାଡି ଯାଉ ନାହାନ୍ତି। ୧୫ ଦିନ ତଳେ ବଡପୋଖରୀଆ ଛକରେ ଜଣେ ଲୋକକୁ ହାତୀ ଦଳି ମାରି ଦେଇଥିଲା। ୮ ଦିନ ତଳେ ରାମେଶ୍ୱର ଛକ ନିକଟରେ ଏକ ହାତୀ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲା। ଏହି ଅଂଚଳରେ କିଛିଦିନ ହେଲା ହାତୀ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ମରୁଛି ତ ଆଉ କେତେବେଳେ ହାତୀ ମରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.