Home ଓଡ଼ିଶା ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

424

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିିତ କାର୍ଟୋସାଟ-୩ ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଉପଗ୍ରହକୁ ପିଏସଏଲଭି-ଭି-ସି-୪୭ ମହାକାଶଯାନ ଜରିଆରେ ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହକାଶ ଗବେଷଣା ସଂଗଠନ (ଇସ୍ରୋ)ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ସ୍ୱଦେଶୀ କାର୍ଟୋସାଟ-୩ ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଉପଗ୍ରହ ସମେତ ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋର ସମସ୍ତ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ଉନ୍ନତ କାର୍ଟୋସାଟ-୩ ଜରିଆରେ ଆମର ହାଇ ରିଜୋଲ୍ୟୁସନ କ୍ଷମତା ବୃଦ୍ଧି ପାଇବ। ଇସ୍ରୋ ପୁଣିଥରେ ଦେଶକୁ ଗୌରବାନ୍ୱିତ କରିଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.