Home ଓଡ଼ିଶା ସମ୍ବଲପୁର ରେଳ ଡ଼ିଭିଜନର ନୂତନ ମଂଡ଼ଳ ପ୍ରବଂଧକ ରୂପେ ପ୍ରଦୀପ କୁମାରଙ୍କ ଯୋଗଦାନ

ସମ୍ବଲପୁର ରେଳ ଡ଼ିଭିଜନର ନୂତନ ମଂଡ଼ଳ ପ୍ରବଂଧକ ରୂପେ ପ୍ରଦୀପ କୁମାରଙ୍କ ଯୋଗଦାନ

222

ସମ୍ବଲପୁର, ୨୭/୧୧ (ଓଡ଼ିଆ ପୁଅ) ସମ୍ବଲପୁର ରେଳ ଡ଼ିଭିଜନର ନୂତନ ରେଳ ମଂଡ଼ଳ ପ୍ରବଂଧକ ଭାବରେ ଶ୍ରୀ ପ୍ରଦୀପ କୁମାର ମଂଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଠାରେ ଯୋଗ ଦେବା ପୂର୍ବରୁ ସେ ଜମାଲପୁରର ପ୍ରତିଷ୍ଟିତ ଭାରତୀୟ ରେଳବାଇ ମେକାନିକାଲ ଓ ଇଞ୍ଜିନିୟରିଂ ସଂସ୍ତାନରେ ପ୍ରଫେସର ଭାବରେ ଅବସ୍ତାପିତ ଥିଲେ। ୧୯୮୯ ବ୍ୟାଚର ଭାରତୀୟ ରେଳବାଇ ମେକାନିକାଲ ଇଞିନିୟରିଂ ସେବାର ଅଧିକାରୀ ଶ୍ରୀ କୁମାର ରେଳବାଇର ପଶଚ୍‌ିମ ଜୋନର ରତଲାମ, ଆଜମେର, କୋଟା, ବରୋଦା ଏବଂ ମୁମ୍ବାଇ ମଂଡ଼ଳ ଓ ଦକ୍ଷିଣ ପୂର୍ବ ରେଳବାଇର କୋଲକାତା ମଂଡ଼ଳର ବିଭିନ୍ନ ପଦବୀରେ ସଫଳତାର ସହିତ ଦାୟୀତ୍ୱ ନିର୍ବାହ କରିଛନ୍ତି। ଦିଲ୍ଲୀର ଦିଲ୍ଲୀ କଲେଜ ଅଫ ଇଞିନିୟରିଂ ରୁ ମେକାନିକାଲ ଇଞିନିୟରିଂ ରେ କୃତୀତ୍ୱ ସହ ଡ଼ିଗ୍ରୀ ହାସଲ କରିଥିଲେ। ଶ୍ରୀ କୁମାର ମୁମ୍ବାଇର ରାଇଟ୍ସ ଲିମିଟେଡ଼ରେ ମଧ୍ୟ ମହାପ୍ରବଂଧକ ଭାବରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ମାଲେସିଆ, ସିଂଗାପୁର ଏବଂ ଚୀନ ରେ ରେଳବାଇ ସମ୍ବଂଧିତ ଉଚ୍ଚ ପ୍ରଶିକ୍ଷଣ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.