Home କେନ୍ଦୁଝର ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା, ଲାଞ୍ଚ ଦେଇ ଭତ୍ତା ପାଉନଥିବା ଅଭିଯୋଗ

ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା, ଲାଞ୍ଚ ଦେଇ ଭତ୍ତା ପାଉନଥିବା ଅଭିଯୋଗ

53

ହାଟଡ଼ିହି-୨୯ /୧୧, ଓଡିଆପୁଅ / ବିକାଶ ବିଶ୍ୱାଳ) ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳାଙ୍କୁ ମିଳୁନି ଭତ୍ତା । ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେବାପାଇଁ ବର୍ତ୍ତମାନର ବିଡିଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିବାବେଳେ କିଛି କର୍ମଚାରୀଙ୍କ ପାଇଁ ଏବେ ବ୍ଲକଟି ବଦନାମ ହେବକୁ ବସିଛି । ଭତ୍ତା ପାଇଁ ଲାଞ୍ଚ ଦେଇବି ବର୍ଷେହେଲା ଭତ୍ତା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି କିଛି ଆଶାୟୀ । ସେମନେ ଏନେଇ ବାରମ୍ବାର ବ୍ଲକକୁ ଦୌଡୁଥିଲେବି ଦାୟିତ୍ୱରେ ଥିବା ଅଧିକାରୀ ଜଣକ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଫେରାଇ ଦେଉଛନ୍ତି । ଢ଼େଙ୍କା ପଞ୍ଚାୟତର ଲବଙ୍ଗ ପାତ୍ର ୭ବର୍ଷ ହେଲା ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିଲେବି ସେ ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇପାରି ନାହାନ୍ତି । ସେ ବାରମ୍ବାର ଭତ୍ତା ପାଇଁ ଆବେଦନ କରୁଥିଲେବି ତାଙ୍କ ଭତ୍ତା ଫର୍ମ କୁଆଡେ ହଜିଯାଇଥାଏ । ଗତ ଜାନୁୟାରୀ ୨୦୨୦ରେ ଅନଲାଇନ ମାଧ୍ୟମରେ ଆବେଦନ କରିବାପରେ ବ୍ଲକର ଜଣେ କର୍ମଚାରୀ ତାଙ୍କୁ ଭତ୍ତା କରାଇଦେବ ବୋଲି କହି ତାଙ୍କଠାରୁ ୫ଶହ ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଭତ୍ତା ହେଲାନି । ସେହିପରି ଝଣଝଣା ଗ୍ରାମର ପାକ ଦେହୁରୀ ୨/୩ବର୍ଷ ହେଲା ତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବାପରେ ସେ ଗତ ଜାନୁୟାରୀରେ ଭତ୍ତା ପାଇଁ ଆବେଦନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଭତ୍ତା ପାଇଲେନି । ରାଇନଟା ଗ୍ରାମର ମେଙ୍କି ନାଇକ, ସିଲୁ ହାଁସଦା, ରୁକ୍ମଣୀ ସାଣ୍ଡିଲ, କରୁଣା ନାଇକ, ବିଧବା ଉପି ହାଁସଦା, ଶାନ୍ତିଲତା ବେହେରା ପ୍ରମୁଖ ଭତ୍ତା ପାଇଁ ଆବେଦନ କରିଥିଲେ । ଭତ୍ତା କରାଇଦେବାପାଇଁ ବ୍ଲକର ଜଣେ କର୍ମଚାରୀ ସେମାନଙ୍କୁ ହଜାରେ ଯଙ୍କା ଲେଖାଏଁ ଲାଞ୍ଚ ମାଗିଥିଳେ । ମାତ୍ର ଆବେଦନକାରୀ ମାନେ ପାଞ୍ଚଶହ ଟଙ୍କା ଦେବାପାଇଁ ରାଜି ହୋଇ ତାଙ୍କୁ୫ଶହ ଟଙ୍କା ଲେଖାଏଁ ଲାଞ୍ଚ ଦେଇଥିଲେବି ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରୁନି । ବାରମ୍ବାର ଏନେଇ ସେମାନେ ସଂପୃକ୍ତ କର୍ମଚାରୀଙ୍କୁ ଭେଟୁଥିଲେ ମଧ୍ୟ ତୁମ ପଞ୍ଚାୟତର ନେତାମାନେ ତୁମ ନାଁକୁ ଆଡେଇ ଦେଉଛନ୍ତି ବୋଲି କହି ସମୟ ଗଡାଇ ଚାଲିଛନ୍ତି ବୋଲି ସେମାନେ କ୍ୟାମେରା ସମ୍ମୁଖରେ ଅଭିଯୋଗ କରିଛନ୍ତି । ଆଜି ସେମାନଙ୍କ ଭତ୍ତା ନିଶ୍ଚିତ ହେବ ବୋଲି କହି ସେମାନଙ୍କୁ ଡକାଇଥିଲେ ବି ତାଙ୍କର ଦେଖା ମିଳିନଥିବାରୁ ବୃଦ୍ଧବୃଦ୍ଧାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ବିଡିଓ ବିନିତା ବିଜୟିନୀଙ୍କୁ ପଚାରିବାରେ ସେ ଏ ବାବଦରେ ବୁଝି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.