Home କେନ୍ଦୁଝର ରେସନ କାର୍ଡର ସ୍ୱଚ୍ଛତା ଉପରେ ଲାଗିଲା ପ୍ରଶ୍ନବାଚୀ,ସରକାରୀ ଚାକିରିଆଙ୍କ ପରିବାରକୁ ରେସନକାର୍ଡ

ରେସନ କାର୍ଡର ସ୍ୱଚ୍ଛତା ଉପରେ ଲାଗିଲା ପ୍ରଶ୍ନବାଚୀ,ସରକାରୀ ଚାକିରିଆଙ୍କ ପରିବାରକୁ ରେସନକାର୍ଡ

147

ହାଟଡ଼ିହି-୨୯ /୧୧, ରେସନକାର୍ଡର ସ୍ୱଚ୍ଛତା ଉପରେ ଲାଗିଲା ପ୍ରଶ୍ନବାଚୀ । ସରକାରୀ ଚାକିରିଆଙ୍କ ପରିବାରଙ୍କୁ ମିଳିଛି ରେସନକାର୍ଡ । ବର୍ଷ ବର୍ଷ ଧରି ରେସନକାର୍ଡରେ ସାମଗ୍ରୀ ଉଠାଣ ହେଉଥିଲେବି ଜାଣି ପାରୁନି ଯୋଗାଣ ବିଭାଗ । ଏପରି ଅଭିଯୋଗ ଆସିଛି ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରୁ । ମରୈଗାଁ ପଞ୍ଚାୟତରେ ଜଣେ ସରକାରୀ ଚାକିରିଆ ଅତି ଚତୁରତାର ସହ ନିଜ ସ୍ୱାମୀ ଓ ଦୁଇ ଛୁଆଙ୍କ ନାମରେ କାର୍ଡକରି ୨୦୧୮ରୁ ଏହି କାର୍ଡରେ ରେସନ ସାମଗ୍ରୀ ଉଠାଇବାରେ ସଫଳ ହେଉଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ଏହି ଯୋଜନା ଲାଗୁ କରିଥିବାବେଳେ ଯୋଜନାର ଗଳାବାଟରେ ଏହି ସରକାରୀ ଚାକିରିଆ ଜଣକ ନିଜ ପରିବାର ଲୋକଙ୍କ ନାମରେ ରେସନକାର୍ଡ କରି ସାମଗ୍ରୀ ଉଠାଉଛନ୍ତି । ସରକାର ରେସନକାର୍ଡ ଯୋଗାଣରେ ଏତେ ନିତୀ ନିୟମ କରିଥିଲେବି ସେ କିପରି ଏହି କାର୍ଡ ହାସଲ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାହାର କାର୍ଡ ନଂ ହେଉଛି ୧୮୦୭୧୯୧୨୨୨୫ । ପ୍ରଭଞ୍ଜନ ଦାସଙ୍କ ନାମରେ କାର୍ଡଟି ଥିବାବେଳେ ଏଥିରେ ପ୍ରଭଞ୍ଜନ ଓ ତାଙ୍କର ଦୁଇ ଛୁଆଙ୍କୁ ସାମିଲ କରାଯାଇଛି । ପ୍ରଭଞ୍ଜନଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବାବେଳେ କିପରି ଓ କାହା ସ୍ୱାର୍ଥରେ ତାଙ୍କୁ କାର୍ଡ ଦିଆଗଲା ତାହାକୁ ନେଇ ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଆଜି ଏ ସମ୍ପର୍କରେ ଅଭିଯୋଗ ପାଇଛନ୍ତି, ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.