Home ଓଡ଼ିଶା  ‘ବୁୁଲ୍ ବୁଲ୍‌’ ପ୍ରଭାବିତ ଜିଲ୍ଲାରେ ଆରମ୍ଭ ହେଲା ପୁନରୁଦ୍ଧାର କାର୍ଯ୍ୟ

 ‘ବୁୁଲ୍ ବୁଲ୍‌’ ପ୍ରଭାବିତ ଜିଲ୍ଲାରେ ଆରମ୍ଭ ହେଲା ପୁନରୁଦ୍ଧାର କାର୍ଯ୍ୟ

156

ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମସାମୁଦ୍ରିକ ବାତ୍ୟା ’ବୁଲବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା ସହ ପବନ ହୋଇ ଅନେକ କ୍ଷୟକ୍ଷତି ଘଟିଛି।ଗତ ରାତିଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଛି।ଫଳରେ ରାସ୍ତା ଅବରୋଧ ସହ ବିଦ୍ୟୁତ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି।  ଗତ ରାତିରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା-ପବନରେ ଗଛ ପଡ଼ି ଅବରୋଧ ହୋଇଥିବା ରାସ୍ତାକୁ ସଫା କରି ଦିଆଯାଇଥିବା ବେଳେ ବିଜୁଳି ଖୁଣ୍ଟକୁ ଉଠାଯାଇଛି।ଆଜିଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରିଲିଫ୍ କମିସନର ପ୍ରଦୀପ ଜେନା।କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଭାବିତ ଜିଲ୍ଲାର ୬ଲକ୍ଷ ହେକ୍ଟର ଚାଷଜମିର ୩୦ରୁ ୪୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି।ବାତ୍ୟା ପ୍ରଭାବରେ ବର୍ତ୍ତମାନ ମୟୁରଭଞ୍ଜରେ ବର୍ଷା-ପବନ ଚାଲିଥିବା ବେଳେ ସେଠାରେ ଗଛ ଭାଙ୍ଗିବା ଓ ବିଦ୍ୟୁତ ସରବରାହ ସଜଡା କାମ ଆସନ୍ତକାଲି ଶେଷ ହେବ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ଜଣେ ବ୍ୟକ୍ତି କାନ୍ଥ ପଡ଼ି ମରିବା ଖବର ସମ୍ନାକୁ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.