Home ଓଡ଼ିଶା  ‘ବୁୁଲ୍ ବୁଲ୍‌’ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଛୁଇଁବା ଆରମ୍ଭ ହେଲା

 ‘ବୁୁଲ୍ ବୁଲ୍‌’ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଛୁଇଁବା ଆରମ୍ଭ ହେଲା

855

ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ସାମୁଦ୍ରିକ ବାତ୍ୟା’ବୁଳ୍ ବୁଲ୍‌’ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଛୁଇଁବା ଆରମ୍ଭ ହେଲା ବୋଲି ଭାରତୀୟ ପାଣିପାଗ ବିଭାଗସୁତ୍ରରୁ ସୁଚନା ମିଳିଛି।ବାତ୍ୟା ବୁଲ୍ ବୁଲ୍ ଓଡିଶା ଅତିକ୍ରମ କରି ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।ଏହା ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତି ୮ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।ତେବେ ଏହି ଲ୍ୟାଣ୍ଡଫଲ ବେଳକୁ ଏହା ଟିକିଏ ଦୁର୍ବଳ ହୋଇପଡିଥିବ ବୋଲି ଆଇଏମଡି କହିଛି।ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ପବନ ବୋହିବ।ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଉଠିବ।ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରକୁ ଆଜି ସଂଧ୍ୟାପରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.