Home ଜାତୀୟ ଫେମ୍‍ ଇଣ୍ଡିଆ ପକ୍ଷରୁ ରାଜ୍ୟର ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ମନ୍ତ୍ରୀ ପ୍ରତାପ ଜେନା

ଫେମ୍‍ ଇଣ୍ଡିଆ ପକ୍ଷରୁ ରାଜ୍ୟର ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ମନ୍ତ୍ରୀ ପ୍ରତାପ ଜେନା

198

ଭୁବନେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫେମ୍‍ ଇଣ୍ଡିଆ ପକ୍ଷରୁ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ମନ୍ତ୍ରୀମାନଙ୍କ ଦକ୍ଷତାକୁ ଆକଳନ କରାଯାଇ ପ୍ରତିବଷ ଏହି ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷ ଶ୍ରୀ ଜେନାଙ୍କୁ ଏଥିପାଇଁ ଚୟନ କରାଯାଇଥିଲା ।ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସରକାରଙ୍କ ଜନମଙ୍ଗଳ ଯୋଜନା ଗୁଡିକୁ ଠିକଣା ଭାବେ କାର‌୍ୟ୍ୟକାରୀ କରିବା ଲାଗି ଦିଗ୍‍ଦର୍ଶନ ଦେବା ଏବଂ ଜଣେ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ କାର‌୍ୟ୍ୟକରିବା ସହିତ ଦୁର୍ନୀତି ଠାରୁ ଦୂରେଇ ରହୁଥିବା ଆଦି ବିଭିନ୍ନ କ୍ଷେତ୍ରକୁ ଆକଳନ କରି ଫେମ୍‍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଉଛି ।
ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ବାସୀଙ୍କୁ ମୋର ଧନ୍ୟବାଦ ଜଣାଉଛି ତାଙ୍କ ଆସ୍ଥା ଓ ବିଶ୍ୱାସ ମୋ ଉପରେ ସର୍ବଦା ରହିଥିବାରୁ । ଫେମ୍‍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛି । ଟ୍ୟୁଟର ଯୋଗେ ମନ୍ତ୍ରୀ ଶ୍ରୀଜେନା ସୁଚନା ପ୍ରଦାନ କରିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.