Home ଓଡ଼ିଶା ବୁଲା କୁକୁର ଙ୍କ ସଙ୍ଗେ ରାତ୍ରୀ ଯାପନ

ବୁଲା କୁକୁର ଙ୍କ ସଙ୍ଗେ ରାତ୍ରୀ ଯାପନ

82

ନୟାଗଡ/୩୦/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ଗରିବ ନିରାଶ୍ରୟ ଲୋକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସହ ଆଶ୍ରୟ ଯୋଗାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଅନେକ ଜାଗାରେ ରାତ୍ରୀ କାଳୀନ ଆଶ୍ରୟସ୍ଥଳୀ ନଥିବାରୁ ନିରାଶ୍ରୟ ଲୋକମାନେ ରାତ୍ରୀରେ ବୁଲା କୁକୁର ଙ୍କ ସହ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳୁଛି । ସେଭଳି ଏକ ରାତ୍ରୀ କାଳୀନ ଆଶ୍ରୟସ୍ଥଳୀ ନଥିବା ଜାଗା ହେଉଛି ନୟାଗଡ ଜିଲ୍ଲା ର ରଣପୁର ଏନ୍‌.ଏ.ସି. ଅଂଚଳ । କିଛି ନିରାଶ୍ରୟ ଲୋକ ଭିକ୍ଷାବୃତି କରି ଦିନରେ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇ ଜୀବନ ବିତାଉଥିବା ବେଳେ ସଂନ୍ଧ୍ୟା ହେଲେ ସେମାନଙ୍କ ପାଇଁ ଦୁଃଖ ମାଡିଆସେ  । ସ୍କୁଲ ପାଚେରୀ ନିକଟ ,ମନ୍ଦିର ପାଚେରୀ ନିକଟ ବୁଲା କୁକୁର ଶୋଉଥିବା ଜାଗା ସେମାନଙ୍କ ପାଇଁ ରାତ୍ରୀ କାଳୀନ ଆଶ୍ରୟସ୍ଥଳୀ ପାଲଟିଥାଏ ।

ସେହିଭଳି ଏକ ନିରାଶ୍ରୟ ବ୍ୟକ୍ତି ବଜେନ୍ଦ୍ର ହାଇସ୍କୁଲ୍ ପରିଷରରେ ବୁଲା କୁକୁର ଙ୍କ ମେଳରେ ଶୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ବ୍ୟକ୍ତି ଏତେ ସ୍ୱାଭିମାନୀ ଥିଲେ ଯେ ପରିଚୟ ପଚାରିଲା ପରେ ନିଜ ମୁହଁରେ ଚଦର ଢାଙ୍କି ହୋଇ ଚୁପ୍‌ଚାପ୍ ରହି କୈଣସି ଉତ୍ତର ଦେଇନଥିଲେ । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପାସ ବିସି ଙ୍କୁ ଯୋଗାଯୋଗ କରିବାରେ କହିଥିଲେ ଯେ ଅର୍ବାନ ଅଂଚଳ ରେ ରାତ୍ରୀ କାଳୀନ ଆବାସସ୍ଥଳୀ ରହିଅଛି । କିନ୍ତୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ରାତ୍ରୀ କାଳୀନ ଆବାସସ୍ଥଳୀ ପାଇଁ ଏ ଯାଏଁ ସରକାରୀ ଯୋଜନା ହୋଇନାହିଁ । ଯୋଜନା ହେଲେ ରାତ୍ରୀ କାଳୀନ ନିବାସସ୍ଥଳୀ ନିର୍ମାଣ ହେଲେ ନିରାଶ୍ରୟ ମାନେ ଆଶ୍ରୟ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.