Home ଓଡ଼ିଶା ରଣପୁରରେ ମହାତ୍ମାଗାନ୍ଧୀ ଙ୍କ ୭୪ତମ ଶହୀଦ୍ ଦିବସରେ ସତ୍ୟାଗ୍ରହ

ରଣପୁରରେ ମହାତ୍ମାଗାନ୍ଧୀ ଙ୍କ ୭୪ତମ ଶହୀଦ୍ ଦିବସରେ ସତ୍ୟାଗ୍ରହ

61

ନୟାଗଡ/୩୦/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଦିଲ୍ଲୀ ର ଡାକରାରେ ରଣପୁର ର ପଞ୍ଚୁଦୋଳ ପଡିଆ ଶହୀଦ୍ ରଘୁଦିବାକର ସ୍ମୁତି ମଣ୍ଡପ ଠାରେ ଚାଷୀ ନେତା ମାନେ ଦିନିକିଆ ସତ୍ୟାଗ୍ରହ କରିଥିବା ଜଣାପଡିଛି । କୃଷକ ନେତାମାନେ ମହାତ୍ମାଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦ୍ ରଘୁଦିବାକରଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମହାତ୍ମାଗାନ୍ଧୀ ଙ୍କ ମହାପ୍ରୟାଣ ଦିବସକୁ ଦେଶତମାମ୍ କୃଷକ ଓ ଶ୍ରମିକ ମାନେ ମୋଦି ସରକାର ଙ୍କ କୃଷକ ବିରୋଧି ନୀତି ବିରୋଧରେ ସଦ୍‌ଭାବନା ଦିବସ ଭାବେ ପାଳନ କରୁଥିବା ବେଳେ ରଣପୁର କୃଷକ ନେତାମାନେ ଏହାକୁ ମଧ୍ୟ ପାଳନ କରିଥିଲେ ।

ଧୁଃଶାସନ ଜେନାଙ୍କ ସଭାପତିତ୍ୱରେ ଏହି ସଦ୍‌ଭାବନା ସଭା କରାଯାଇଥିଲା । ଚାଷୀ ନେତା ରଜତ୍ ଜେନା , ଗଦାଧର ପ୍ରଧାନ, ଶ୍ରମିକ ନେତା ସୁରେଶ ସ୍ୱାଇଁ , ଭିକାରୀ ସାହୁ , ସୁଶୀଲ୍ ମହାନ୍ତି , କୁଳମଣୀ ଦଳେଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ନୂଆ କୃଷୀ ଆଇନ୍ ଓ ବିଦ୍ୟୁତ୍ ଆଇନ୍ ଦେଶ ବିରୋଧି ସହ କୃଷକ ବିରୋଧି ବୋଲି ତିବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଗ୍ରହଣ କରିଥିବା ୪ ଟି ଶ୍ରମିକ କୋର୍ଡ କୁ ମଧ୍ୟ ବିରୋଧ କରିଥିଲେ । କୃଷକ ଓ ଶ୍ରମିକଙ୍କ ମିଳିତ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ଧର୍ମିୟ ମୈାଳବାଦୀ ଗୁଣ୍ଡାଙ୍କ ଦ୍ୱାରା ଷଡଯନ୍ତ୍ର କରାଯଇଥିଲା ବୋଲି ମତବ୍ୟକ୍ତ କରିଥିଲେ । କଳା କୃଷୀ ଆଇନ୍ ଓ ବିଦ୍ୟୁତ୍ ଆଇନ୍ କୁ ବିରୋଧ କରିବା ପାଇଁ ମହାତ୍ମାଗାନ୍ଦୀ ଙ୍କର ସତ୍ୟ , ଧର୍ମ , ଅହିଂସା ପ୍ରଥାକୁ ଅନୁଶରଣ କରିବା ପାଇଁ ଶପଥ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.