Home କୋରାପୁଟ କେବିକେ ଯୁଗ୍ମ ପ୍ରଶାସକଙ୍କ ନନ୍ଦପୁର ଗସ୍ତ

କେବିକେ ଯୁଗ୍ମ ପ୍ରଶାସକଙ୍କ ନନ୍ଦପୁର ଗସ୍ତ

29

କୋରାପୁଟ ୩୦-୦୧(ଓଡିଆ ପୁଅ /ରଂଜନ ଦାସ)କେବିକେ ଯୁଗ୍ମ ପ୍ରଶାସକ ନୃପରାଜ ସାହୁ ଶନିବାର ଦିନ ନନ୍ଦପୁର ଗସ୍ତ କରିଥିବା ଜଣାପଡିଛି ।ନନ୍ଦପୁର ବ୍ଲକରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସେ ସମୀକ୍ଷା କରିବା ପରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।ନନ୍ଦପୁର ଗୈାଡସାହି ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ ଓଡିଶା ପୃଷ୍ଟି ମହୋତ୍ସବରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ପୂର୍ବତନ ଅଧ୍ୟକ୍ଷ ଗୋପାଳ ମାଟାମ ,ସରପଂଚ ବାସୁଦେବ ଖରା , ଜିଲ୍ଲାପରିଷଦ ସଦସ୍ୟ ପ୍ରଭାତ ଗୁରୁମାଇ ,ମୁନା ଦଳପତି ପ୍ରମୁଖ  ୫ ଦଫା ସମ୍ବଳିତ ଦାବିପତ୍ର ଶ୍ରୀ ସାହୁଙ୍କୁ  ପ୍ରଦାନ କରିଥିବା ଜଣାପଡିଛି ।ନେତାଜୀ ଶିଶୁ ଉଦ୍ୟାନର ପୁନରୁଦ୍ଧାର ,ହାଟପଦାରୁ ଜବରଦଖଲ ଉଛେଦ ,ମନରେଗା ମାଧ୍ୟମରେ ଶ୍ରମଦିବସ ସୃଷ୍ଟି କରିବା , ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ସ୍ଥାପନ ,ସହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ପାଠାଗାର ସ୍ଥାପନ କରିବା ପ୍ରମୁଖ ଦାବି ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଓ ବିଡିଓଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି ଶ୍ରୀ ସାହୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.