Home ଓଡ଼ିଶା ବୁର୍ଲା ମେଡ଼ିକାଲ ମେଡ଼ିସିନ ୱାର୍ଡ଼ର ସ୍ଥାନାଭାବ ଦୂର କରାଯାଉ

ବୁର୍ଲା ମେଡ଼ିକାଲ ମେଡ଼ିସିନ ୱାର୍ଡ଼ର ସ୍ଥାନାଭାବ ଦୂର କରାଯାଉ

192

ସମ୍ବଲପୁର, ୨୦/୯ – (ଓଡ଼ିଆ ପୁଅ) ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନ ଭିମସାର ଡାକ୍ତରଖାନାର ମେଡ଼ିସିନ ୱାର୍ଡ଼ରେ ଶଯ୍ୟାର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି। ଆବଶ୍ୟକ ସଂଖ୍ୟକ ଆଇସିୟୁ ନ ଥିବାରୁ ଦୂରଦୁରାନ୍ତରରୁ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ୱାର୍ଡ଼ରେ ଶଯ୍ୟାର ଅଭାବ ଯୋଗୁଁ କରିଡ଼ରର ଚଟ୍ଟାଣରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ଗତକାଲି ସୁଦ୍ଧା ପୂର୍ବ ଦୁଇ ଦିନରେ ୧୪୦ ଜଣ ରୋଗୀ ମେଡ଼ିସିନ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ। ଏହାବାଦ ଆହୁରି ୬୨ ଜଣ ରୋଗୀଙ୍କୁ ଚିକିତ୍ସା ପାଇର୍ ଭିର୍ତ୍ତି କରାଯାଇଥିଲା। ହେଲେ ଶଯ୍ୟା ନ ଥିବାରୁ ଏମାନେ କରିଡ଼ରର ଚଟ୍ଟାଣରେ ଚିକିତ୍ସିତ ହୋଇଥିଲେ। ଯଦ୍ୱାରା କରିଡ଼ରରେ ଯିବାଆସିବାରେ ବାଧା ଉପୁଜିବା ସହିତ ପରିସ୍କାର ପରିଚ୍ଛନ୍ନ ମଧ୍ୟ କରାଯିବାରେ ଅସୁବିଧା ହୋଇଥିଲା। ଆବଶ୍ୟକତାରୁ ଅଧିକ ରୋଗୀ ଆସିବାରୁ ଶୌଚାଳୟ ଓ ଗାଧୁଆ ଘରର ଅବସ୍ଥା କ’ଣ ହୋଇଥିବ ତାହା ଅନୁମାନ ସାପେକ୍ଷ। ମେଡ଼ିସିନ ୱାର୍ଡ଼ ପାଇଁ ୨୦୧୬ରେ ନିର୍ମିିତ ବହୁତନ ବିଶିଷ୍ଟ କୋଠା ଖାଲି ପଡ଼ିଛି। କିଛି ଡାକ୍ତରଙ୍କ ପ୍ରଚେଷ୍ଟା ଯୋଗୁଁ ପୁରୁଣା ମେଡ଼ିସିନ ୱାର୍ଡ଼ର କିଛି ରୋଗୀଙ୍କୁ ନୂଆ କୋଠାର ଏକ ମହଲାରେ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା। ନୂଆ କୋଠା ଅବ୍ୟବହୃତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ତାଙ୍କ ବୁର୍ଲା ଗସ୍ତ ସମୟରେ ସଚେତନ ନାଗରିକମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କୋଠାକୁ କାର୍ଯ୍ୟକ୍ଷମ କରିବା ପାଇଁ ସେ ସମୟରେ ମନ୍ତ୍ରୀ ଶ୍ରୀ ଦାସ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସେ ସମୟରେ ମେଡ଼ିସିନ ବିଭାଗ ମୁଖ୍ୟ ସଂସ୍ଥାନର ଅଧିକ୍ଷକଙ୍କ ସହିତ ନିର୍ଦ୍ଦେଶକ ନୂଆ କୋଠାର ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ହେଲେ ସେଠାରେ ଅଗ୍ନି ନିର୍ବାପନ ପାଇଁ ବ୍ୟବସ୍ଥା ନ ଥିବାରୁ କାର୍ଯ୍ୟାରମ୍ଭ ହୋଇପାରୁନଥିବା କୁହାଯାଉଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.