Home ଜିଲ୍ଲା ପରିକ୍ରମା ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ସମ୍ବଲପୁରରୁ ବାହାରିବ ଐତିହାସିକ ଯାତ୍ରା

ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ସମ୍ବଲପୁରରୁ ବାହାରିବ ଐତିହାସିକ ଯାତ୍ରା

90

ସମ୍ବଲପୁର, ୨୦/୯ – (ଓଡ଼ିଆ ପୁଅ) ଗୁରୁ ନାନକ ଜୀଙ୍କ ୫୫୦ତମ ଜୟନ୍ତୀ ଅବସରରେ ବର୍ଷବ୍ୟାପୀ ଆୟୋଜନ କରାଯାଉଥିବା ‘ବିଶ୍ୱ ଭାତୃତ୍ୱ ବର୍ଷ- ୨୦୧୯’ ପରିପ୍ରେକ୍ଷୀରେ ସମ୍ବଲପୁର ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ, ଧର୍ମପ୍ରଚାର କମିଟୀ ସମେତ ଓଡ଼ିଶା ଓ ଛତିଶଗଡ଼ର ୩୦ଟି ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ ପକ୍ଷରୁ ଐତିହାସିକ ଯାତ୍ରା ଆୟୋଜନ କରାଯାଉଛି। ଗୁରୁ ନାନକଜୀଙ୍କ ବାଣୀ, ମାନବିକ ମୂଲ୍ୟବୋଧ ଏବଂ ଦର୍ଶନକୁ ନେଇ ୧୨ଟି ପ୍ରଜ୍ଞାପନ ଯାନ ସମ୍ବଳିତ ଏହି ଯାତ୍ରା ଆଗାମୀ ୨୨ ତାରିଖ ଦିନ ସମ୍ବଲପୁର ଠାରୁ ବାହାରି ୨ ତାରିଖ ଦିନ ବୁର୍ଲାରେ ପହଞ୍ଚିବ। ଏ ବାବଦରେ ଆଜି ସ୍ଥାନୀୟ ଗୁରୁଦ୍ୱାରା କମିଟୀର କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୨ ତାରିଖ ମୁଦିପଡ଼ା ଗୁରୁଦ୍ୱାରାରୁ ଏକ ପଟୁଆରରେ ଏହି ଯାତ୍ରା ପାଣିଟାଙ୍କି, ଜିଏମ କଲେଜ ଛକ, ଓଭରବ୍ରିଜ, ଫାଟକ, ଅଇଁଠାପାଲି ଦେଇ ଭାଲୁପାଲି ସ୍ଥିତ ରୟାଲ ରିଟ୍ରିଟ ଠାରେ ପହଞ୍ଚିବ। ଏଥିରେ ଅମୃତସର ଗୁରୁଦ୍ୱାରା ପ୍ରବନ୍ଧକ କମିଟୀର ସଭାପତି ଗୋବିନ୍ଦ ସିଂହ ଲଙ୍ଗୱାଲ, ମହାସଚିବ ରୂପ ସିଂହଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିବା ହରଜିତ ସିଂହ ହୁରା ଏବଂ ଅମରଜିତ ସିଂହ ସୂଚନା ଦେଇଛନ୍ତି। ଏଠାରେ ଆଧ୍ୟାତ୍ମି୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଗୁରୁ ନାନକଜୀଙ୍କ ଜୀବନାଦର୍ଶ ଉପରେ ଏକ ଏକାଙ୍କିକା ପ୍ରଦର୍ଶନ କରିବେ। ଏହାର ପରଦିନ ୨୩ ତାରିଖରେ ଯାତ୍ରା ଆଗକୁ ଆରମ୍ଭ ହୋଇ ଝାରସୁଗୁଡ଼ା ଓ ବ୍ରଜରାଜନଗର, ୨୪ ତାରିଖରେ ବେଲପାହାଡ଼ ଓ ଛତିଶଗଡ଼ର ରାୟଗଡ଼, ୨୫ ତାରିଖରେ ଚାମ୍ପା ଓ କୋରୱା, ୨୬ ତାରିଖରେ ପାଲି ଏବଂ ବିଳାସପୁର, ୨୭ ତାରିଖରେ ତଖତପୁର, ପାଣ୍ଡ୍ରିଆ ଏବଂ କାୱର୍ଦ୍ଧା, ୨୮ ତାରିଖରେ ନୂଆଗଡ଼, ବେନତାରା ଓ ଭିଲାଇ, ୨୯ ତାରିଖରେ ରାୟପୁର, ୩୦ ତାରିଖରେ ମହାସମୁନ୍ଦ, ବାଗବାହାର ଓ ଖରିଆର ରୋଡ଼, ୧ ତାରିଖରେ ଝଲକ, ପିଥୋରା ଓ ବସନା, ଉଯାପନୀ ଦିବସ ୨ ତାରିଖରେ ବରଗଡ଼ ଦେଇ ବୁର୍ଲା ଠାରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଓଡ଼ିଶା ସହ ଗୁରୁ ନାନକଜୀଙ୍କ ସମ୍ପର୍କ ବହୁ ପୁରାତନ ଅଟେ। ପୁରୀ, ଭଦ୍ରକ ଏବଂ ମହାନଦୀ କୂଳରେ ସେ ରହଣୀ କରିଥିଲେ। ପୁରୀଠାରେ ଥିବା ଏକ କୂଅ ବା ବାଉଲୀ ସାହାବକୁ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସମ୍ବଲବପୁରର ମୁଦିପଡ଼ା ସ୍ଥି୍ତ ଗୁରୁଦ୍ୱାରା ୫୦ ବର୍ଷ ଆଗରୁ ତିଆରି ହୋଇଥିଲା। ତା’ପରେ ସହରରେ ଆହୁରି ଦୁଇଟି ଗୁରୁଦ୍ୱାରା ନିର୍ମିତ ହୋଇଛି। ଏକ ଭବ୍ୟ ଗୁରୁଦ୍ୱାରା ଓ କମୁୃୃ୍ୟନିଟୀ ସେଣ୍ଟର ନିର୍ମାଣ ପାଇଁ ଅଇଁଠାପାଲି ଠାରେ ଜାଗା କରାଯାଇଥିଲା। ଏହି ଜମି ସରକାରଙ୍କ ଦ୍ୱାରା ଅଧିଗୃହିତ ହେବା ପରେ ବରେଇପାଲି ଠାରେ ୨ ଏକଡ଼ ଜାଗାର ବନ୍ଦୋବସ୍ତ କରାଯାଇଛି। ସେଥିରେ ଏକ ଗୁରୁଦ୍ୱାରା କମ୍ୟୁନିଟୀ ସେଣ୍ଟର ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। ଏଥିରେ ସୁରଜିତ ସିଂହ ଚାୱଲା, ରଣଜିତ ସିଂହ ହୁରା, ରଣଜିତ ସିଂହ ସାଲୁଜା, ଗୁରୁଜିତ ସିଂହ, ଭଗତ ସିଂହ ଏବଂ ଗୁରୁନାନକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଡ. ଆର.ଏନ.ଦାଶ ପ୍ରମୁଖ ଉପସ୍ଥି୍ତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.